Odisha Link
Bridging the Missing Links in Odisha

ପଦ୍ମପୁର ଉପନିର୍ବାଚନ : ପ୍ରେସମିଟରେ କାନ୍ଦିଲେ ପ୍ରଦୀପ ପୁରୋହିତ

ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପାର୍ଥି ପ୍ରଦୀପ ପୁରୋହିତ।

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ଓଡିଶା ରାଜନୀତି। ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପାର୍ଥି ପ୍ରଦୀପ ପୁରୋହିତ। ସାମ୍ବାଦିକ ସମ୍ମିଳନୀରେ କାନ୍ଦିଥିଲେ ପ୍ରଦୀପ ପୁରୋହିତ। ପଥରେଲ ଗାଁରେ ପ୍ରଦୀପଙ୍କୁ ଆକ୍ରମଣ ପାଇଁ ଷଡଯନ୍ତ୍ର ହୋଇଥିବାର କଥା କହିଲେ ପ୍ରଦୀପ ପୁରୋହିତ।

ପଦ୍ମପୁରରେ ଜନ ମତକୁ ବିଭ୍ରାନ୍ତ କରିବାକୁ ଶାସକ ଦଳ ଗୁଣ୍ଡାରାଜ ଆରମ୍ଭ କରିଦେଇଛି। ମନ୍ତ୍ରୀ ନବ ଦାସ, ଶୁସାନ୍ତ ସିଂ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ନିରଞ୍ଜନ ପୂଜାରୀ ଅତଙ୍କ ରାଜ ଘଟାଉଛନ୍ତି। ପଦ୍ମପୁରରେ ଭାରତୀୟ ଜନତା ପାର୍ଟିକୁ ହରାଇବାକୁ ହେଲେ ଆତଙ୍କ ରାଜ ଘଟାଉଛନ୍ତି ମନ୍ତ୍ରୀ ମାନେ। ପ୍ରଦୀପ ପୁରୋହିତଙ୍କୁ ଆକ୍ରମଣ କରିଥିଲେ ବିଜେଡିର ଗୁଣ୍ଡା ମାନେ। ସ୍ଥାନିୟ ଲୋକଙ୍କ ସହାୟତାରେ ପ୍ରଦୀପ ଉଧାର ହୋଇଥିଲେ। ଏଭଳି ଆତଙ୍କରାଜ ଓ ଗୁଣ୍ଡାରାଜକୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ପ୍ରଦୀପ କହିଛନ୍ତି।

କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କ କଥା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଦୀପ ପୁରୋହିତ। କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କୁ ୧୦୦ ଶତକଡା ବୋନସ୍ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ୨୦୧୩ ରୁ ମୁଖ୍ୟମନ୍ତ୍ରୀ ସିଜିନାଲ କର୍ମଚାରୀ ସ୍ଥାଇ ନିଯୁକ୍ତି କରିବାକୁ ଘୋଷଣା କରିଥିଲେ। ୨୦୨୨ ଶୁଧା କଲେନାହିଁ। ଛାତ୍ର ବୃତ୍ତି ସହ ଝିଅ ବିବାହ ସହାୟତା ପ୍ରଥମେ ୨ବର୍ଷ ଦେଲେ ପରେ ବନ୍ଦ କରିଦେଲେ। ୧୦୦ କୋଟି ଟଙ୍କା ଓଡିଶା ସରକାର ଲାଭ ପାଉଛନ୍ତି। ଛତିଶଗଡ ଓ ମଧ୍ୟପ୍ରଦେଶରେ ବୋନସ୍ ଦିଆ ଯାଉଛି କିନ୍ତୁ ଓଡିଶାରେ ନାହିଁ। ଆଜି ସଂଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଜନକଲ୍ୟାଣ କାରୀ ଯୋଜନା ଘୋଷଣା କରନ୍ତୁ। ୧୦୦ ଶତକଡା ବୋନସ୍ ଛାଡ କରିବାକୁ ଦାବୀ କରିଛନ୍ତି ପ୍ରଦୀପ ପୁରୋହିତ ସାମ୍ବାଦିକ ସମ୍ମିଳନୀରେ।

Leave A Reply

Your email address will not be published.