Odisha Link
Bridging the Missing Links in Odisha

ପୁଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ହତ୍ୟା କଲେ ମାଓବାଦୀ

କଳାହାଣ୍ଡି : କିଛି ଦିନର ନିରବତା ପରେ ପୁଣି ରକ୍ତମୁଖା ଲାଲବାହିନୀ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ପଞ୍ଚକୁଲ ଗ୍ରାମର ଲାଲବତି ମାଝୀ ନାମକ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏଥିସହିତ ଘଟଣାସ୍ଥଳରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ପଞ୍ଚକୁଲ ଗ୍ରାମର ୪୮ ବର୍ଷିୟ ଲାଲବତି ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି। ମାଓବାଦୀଙ୍କ ସମ୍ପର୍କରେ ପୁଲିସକୁ ତଥ୍ୟ ପ୍ରଦାନ କରୁଥିବା ସନ୍ଦେହରେ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ଉକ୍ତ ଅଞ୍ଚଳରେ କିଛି ଲୋକ ପୁଲିସ ଇନଫର୍ମର ଥିବା ଯୋଗୁଁ ଲାଲବାହିନୀ ସଙ୍ଗଠନ ପକ୍ଷରୁ ପୋଷ୍ଟର ମାଧ୍ୟମରେ ଚେତାବନୀ ମଧ୍ୟ ଦିଆଯାଇଛି।ବର୍ତ୍ତମାନ ପୋଲିସ ସେହି ସ୍ଥାନରେ କମ୍ବିଂ ଅପରେସନ୍‌ କରୁଥିବା ସୂଚନା ରହିଛି ।