Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ୧୩୦ ଯନ୍ତ୍ରୀ

ଓଏଲ୍‌ ବ୍ୟୁରୋ : ବିଗତ ୧୦ ବର୍ଷ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗର ୧୩୦ ଜଣ ଯନ୍ତ୍ରୀ। ହାରାହାରି ବର୍ଷକୁ ପ୍ରାୟ ୧୩ ଜଣ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି। ଏଥିରେ ଅଧିକାଂଶ ହେଉଛନ୍ତି ସହକାରୀ ଯନ୍ତ୍ରୀ ଓ କିଛି କନିଷ୍ଠ ଯନ୍ତ୍ରୀ ।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ୨୦୧୨-୨୦୧୬ ପର୍ଯ୍ୟନ୍ତ ୭୦ ଜଣ ଯନ୍ତ୍ରୀଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା। ସେହିପରି ୨୦୧୭-୨୦୨୨ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୬୦ ଯନ୍ତ୍ରୀ । ତଥାପି ଦୁର୍ନୀତିରେ ଲଗାମ ଲାଗିନାହିଁ ବୋଲି କହିଥିଲେ ।

ସେ ଆହୁରି କହିଛନ୍ତି, ଚଢ଼ାଉ ସମୟରେ ଏହି ଯନ୍ତ୍ରୀମାନଙ୍କଠାରୁ ଠାବ କରାଯାଇଥିବା ସଂପତ୍ତି ସଂପର୍କରେ ଦୁର୍ନୀତି ନିବାରଣ ବିଭାଗଠାରୁ ସୂଚନା ମିଳିବା ପରେ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Leave A Reply

Your email address will not be published.