Odisha Link
Bridging the Missing Links in Odisha

ଶୀତ ଅଧିବେଶନରେ ଅର୍ଚ୍ଚନା ନାଗ ନିଆଁ, ବିରୋଧୀ କହିଲେ ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ : ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ହିଁ ଗୃହ ସରଗରମ। ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ଉଠାଇ ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ କଂଗ୍ରେସ ଓ ବିଜେପି। କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ନେତା ମୋହନ ମାଝୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।

ନରସିଂହ ମିଶ୍ର କହିଛନ୍ତିି, ଓଡ଼ିଶା ପୁଲିସ ଯାହାକୁ ଛାଡ଼ି ଦେଇଥିଲା ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ଇଡି। ଏଭଳି ସଙ୍ଗୀନ ଘଟଣାକୁ ନେଇ କାହିଁକି ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି ତାର ଜବାବ ଦିଅନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ଶ୍ରୀ ମିଶ୍ର।

ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଅର୍ଚ୍ଚନା ନାଗ ପ୍ରସଙ୍ଗ ରଖି ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି। ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ କରିଥିଲେ ହଟ୍ଟଗୋଳ। ଯାହାକୁ ନଜରରେ ରଖି ବିଧାନସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

Leave A Reply

Your email address will not be published.