Odisha Link
Bridging the Missing Links in Odisha

ଶିକ୍ଷକ ଆନ୍ଦୋଳନ ସ୍ଥଗିତ 

ଓଏଲ୍‌ ବ୍ୟୁରୋ: ୩ ଦଫା ଦାବି ନେଇ ରାଜଧାନୀ ରାଜରାସ୍ତାରେ ରଣହୁଙ୍କାର ଦେଉଥିବା ଶିକ୍ଷକ ସଂଘ ଆଜି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଡିସେମ୍ବର  ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛି ପ୍ରାଥମିକ ଶିକ୍ଷକ ସଂଘ । ୬ରୁ ୨୦ ତାରିଖ ଭିତରେ ଦାବି ପୂରଣ ନହେଲେ ୨୧ ତାରିଖରୁ ପୁନର୍ବାର ଆନ୍ଦୋଳନକୁ ତୀବ୍ରତର କରାଯିବ। ସମୁହ ଛୁଟିରେ ଯିବୁ ବୋଲି ସଂଘ ଧମକ ଦେଇଛି।
ମଙ୍ଗଳବାର ମୁଖ୍ୟ ଶାସନ ସଚିବଙ୍କ ସହିତ ଶିକ୍ଷକମାନେ ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଆଜି ପୁଣି ଥରେ ଆନ୍ଦୋଳନରତ ଶିକ୍ଷକମାନେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ। ଦାବି ସମାଧାନ ପାଇଁ ମୁଖ୍ୟଶାସନ ସଚିବ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଯେଉଁ କମିଟିର ଅଧ୍ୟକ୍ଷ ଅଛନ୍ତି ମୁଖ୍ୟଶାସନ ସଚିବ। ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ ସଦସ୍ୟ ରହିବେ। ଡିସେମ୍ୱର ୧୬ରୁ ୨୦ ତାରିଖ ଭିତରେ ଦାବି ସମାଧାନ କରିବାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିଲେ।
ପ୍ରତିଶ୍ରୁତି ମିଳିବା ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଏକ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ ଦେଇଥିବା ପ୍ରତିଶ୍ରୁତିକୁ ମାନିବା ପାଇଁ ସମସ୍ତେ ରାଜି ହୋଇଥିଲେ।
Leave A Reply

Your email address will not be published.