Odisha Link
Bridging the Missing Links in Odisha

ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ସଞ୍ଜୟ ଭୋଇ

ପୂର୍ବତନ ସାଂସଦ ସଞ୍ଜୟ ଭୋଇ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ସାଂସଦ ଥିଲେ କିନ୍ତୁ ପରେ ସେ ଦଳ ବିରୋଧରେ ଅଭିଯୋଗ ଆଣିଥିଲେ।

ଓଏଲ୍ ବ୍ୟୁରୋ: ବିଜେପିରେ ମିଶ୍ରଣ ପର୍ବ। ବିଜେପିରେ ସାମିଲ ହେଲେ କଂଗ୍ରେସ ନେତା। ପୂର୍ବତନ ବରଗଡ ସାଂସଦ ସଞ୍ଜୟ ଭୋଇ ବିଜେପି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିବାର ସୂଚନା ମିଳିଛି। ପୂର୍ବତନ ସାଂସଦ ସଞ୍ଜୟ ଭୋଇ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ସାଂସଦ ଥିଲେ କିନ୍ତୁ ପରେ ସେ ଦଳ ବିରୋଧରେ ଅଭିଯୋଗ ଆଣିଥିଲେ।

ସଞ୍ଜୟ ଭୋଇଙ୍କୁ କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ଦଳ ତ୍ୟାଗ କରିଛନ୍ତି ବୋଲି କହିଛନ୍ତି। ବିଜେପିର ଏହି ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ଵର ଟୁଡୁ, ରାଜ୍ୟ ସଭାପତି ସମିର ମହାନ୍ତି, ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ ସାଂସଦ ସୁରେଶ ପୁଝାରୀ, କେଭି ସିଂହ ଦେଓ ପ୍ରମୁଖ ଉପସ୍ଥିତ ଥିବାବେଳେ ଦଳର ଏହି ମିଶ୍ରଣ ପର୍ବ ଦଳର ଶକ୍ତି ବଢ଼ାଇବ ନେତାମାନେ କହିଛନ୍ତି।