Odisha Link
Bridging the Missing Links in Odisha

ଆଜି ବିଶ୍ୱ ଏଡସ୍ ଦିବସ

ଆକ୍ୱାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍‌ (ଏଡ୍ସ) ଏକ ରୋଗ ଯାହା ହ୍ୟୁମାନ୍‌ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍‌ (ଏଚ୍‌ଆଇଭି) ଯୋଗୁ ହୋଇଥାଏ

ଓଏଲ୍ ବ୍ୟୁରୋ: ବିଶ୍ୱ ପାଳୁଛି ଏଡସ୍ ଦିବସ। ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ଏହି ଦିବସ ପାଳନ କରାଯାଉଥିବାବେଳେ ଏହା ୧୯୮୮ ମସିହାରୁ ଆରମ୍ଭ ହୋଇଥିଲା। ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ରୋଗର ନିରାକରଣ ପଦ୍ଧତିକୁ ଅବଲମ୍ବନ କରିବା ପାଇଁ ବିଭିନ୍ନ ସଭାର ଆୟୋଜନ ହୋଇଥାଏ। ବିଶ୍ୱବାସୀଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଏଡସ ଦିବସ ପ୍ରଥମ ଅନ୍ତର୍ଜାତୀୟ ଦିବସ ଥିଲା।

ଆକ୍ୱାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍‌ (ଏଡ୍ସ) ଏକ ରୋଗ ଯାହା ହ୍ୟୁମାନ୍‌ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍‌ (ଏଚ୍‌ଆଇଭି) ଯୋଗୁ ହୋଇଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଯାଏ। ଏହା ଫଳରେ ରୋଗୀର ରୋଗ ସହ ଲଢ଼ିବାରେ ଶରୀରର କ୍ଷମତା ହ୍ରାସ ପାଇଥାଏ।ଦେଶରେ ଏଡସ ରୋଗୀ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ହ୍ରାସ ପାଇନଥିବାବେଳେ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ୱାର୍ଲଡ ହେଲଥ ଅର୍ଗାନାଇଜେସନ ତରଫରୁ ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପଦକ୍ଷେପ ସୃଷ୍ଟି କରିଥିବାବେଳେ ରୋଗ ହେବା ପୂର୍ବରୁ ସଚେତନ ପ୍ରଣାଳୀ ସୃଷ୍ଟି କରାଯାଇଛି। ଏଡସ୍ ରୋଗୀକୁ ଘୃଣା କରିବା ବନ୍ଦ କରିବା ସହ ରୋଗ ନ ହେବା ପାଇଁ ବିଭିନ୍ନ ପଦକ୍ଷେପ ଅବଲମ୍ବନ କରିବାକୁ କୁହାଯାଉଛି।

Leave A Reply

Your email address will not be published.