Odisha Link
Bridging the Missing Links in Odisha

ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ

ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଏବଂ ଏହାର ଅକ୍ଷାଂଶ ୧୯.୧୪ ଓ ଦ୍ରାଘିମା ୮୯.୭୯ ରହିଛି।

ଓଏଲ୍‌ ବ୍ୟୁରୋ: ଅନୁଭୂତ ହେଲା ଭୂମିକମ୍ପ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଜି ସକାଳ ୮.୩୨ ମିନିଟ ୫୫ ସେକେଣ୍ଡ ସମୟରେ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ କରାଯାଇଛି।

ଭୂମିକମ୍ପର ଗଭୀରତା ୧୦ କିଲୋମିଟର ଏବଂ ଏହାର ଅକ୍ଷାଂଶ ୧୯.୧୪ ଓ ଦ୍ରାଘିମା ୮୯.୭୯ ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବାନେଇ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଅଧିକ ସୂଚନା ପାଇଁ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନାକୁ ଅପେକ୍ଷା କରାଯାଇଛି।