Odisha Link
Bridging the Missing Links in Odisha

କଲମ୍ବିଆରେ ଭୟଙ୍କର ଭୂସ୍ଖଳନ, ୩୪ମୃତ

କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଏପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି ବୋଲି କୁହାଯାଇଛି

ଓଏଲ୍‌ ବ୍ୟୁରୋ: ମାଟି ତଳେ ଚାପି ହେଲା ଯାତ୍ରୀବାହୀ ବସ, ନେଇଗଲା ୩୪ ଜୀବନ। ଘଟଣାଟି ଘଟିଛି ଦକ୍ଷିଣ ଆମେରିକାର ଗେଟୱେ କୁହାଯାଉଥିବା କଲମ୍ବିଆର ରିସାରାଲ୍ଡରେ ଏବଂ ସେଠାରେ ପୁଣି ଥରେ ଭୟଙ୍କର ଭୂସ୍ଖଳନ ହୋଇଛି।

ସୂଚନା ଅନୁସାରେ କଲମ୍ବିଆର ରିସାରାଲ୍ଡ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଏପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି ବୋଲି କୁହାଯାଇଛି। ଗୋଟିଏ ଯାତ୍ରୀବାହୀ ବସ୍ ସହିତ ଅନେକ ଗାଡି ମାଟି ତଳେ ଦବି ହୋଇଯାଇଛି। ମାଟି ତଳେ ବସ ଚାପି ହୋଇଯିବାରୁ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଥିବାବେଳେ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ରାଜଧାନୀ ବୋଗୋଟାରୁ ପ୍ରାୟ ୨୩୦ କିଲୋମିଟର ଦୂର ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି। ଘଟଣାରେ ସମ୍ପୃତ ଥିବା ମୃତକଙ୍କ ପରିବାରଲୋକଙ୍କୁ ସମବେଦନା ଜଣାଇବା ସହ ଦୁର୍ଘଟଣାକୁ ନେଇ କଲମ୍ବିଆ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.