Odisha Link
Bridging the Missing Links in Odisha

ମାଲିକ ହେଲେ ନିର୍ଦ୍ଦୟ, ନାବାଳିକାଙ୍କୁ ନିର୍ଯାତନା

ନିର୍ଯାତନା ଦେବା ଘଟଣାଟି ରାଜଧାନୀର ସାଲିଆ ସାହି ଅଞ୍ଚଳରେ ଘଟିଥିବାବେଳେ ୧୧ବର୍ଷିୟ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି ପୁଲିସ।

ଓଏଲ୍ ବ୍ୟୁରୋ : ମରିଗଲା ମଣିଷପଣିଆ, ନାବାଳିକାଙ୍କ ସାମାନ୍ୟ ଭୁଲ ପାଇଁ ନିର୍ମମ ନିର୍ଯାତନା। ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘରମାଲିକ ପାଠ ପଢ଼ିବାକୁ ନେବାକୁ କହି ଏକ ଗରୀବ ଶ୍ରେଣୀର ନାବାଳିକାକୁ ଘର କାମରେ ନିୟୋଜିତ କରିଥିଲେ କିନ୍ତୁ ପରେ ସାମାନ୍ୟ ଭୁଲ ପାଇଁ ନାବାଳିକାକୁ ନିର୍ମମ ମାଡ ମାରିଥିଲେ।

ଘର ମାଲିକ ମାଡ଼ରେ ପିଲାଟିର ହାତ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ନିର୍ଯାତନା ଦେବା ଘଟଣାଟି ରାଜଧାନୀର ସାଲିଆ ସାହି ଅଞ୍ଚଳରେ ଘଟିଥିବାବେଳେ ୧୧ବର୍ଷିୟ ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି ପୁଲିସ।

ନିର୍ଦ୍ଦୟ ଘରମାଲିକ ଜଣକ ନିର୍ଯାତନା ଦେବା ପରେ ନିଷ୍ଠୁର ଭାବେ ପିଲାଟିକୁ ରକ୍ତାକ୍ତ ଅବସ୍ଥାରେ ନୟାପଲ୍ଲୀ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଖବର ଦେଇଥିବାବେଳେ ଗୁରୁତର ନାବାଳିକାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.