Odisha Link
Bridging the Missing Links in Odisha

ପଦ୍ମପୁର ଜନାଦେଶ : ୧୦ ରାଉଣ୍ଡରେ ବିଜେଡି ଆଗୁଆ

ଦଶମ ରାଉଣ୍ଡ ଗଣତି ଶେଷ ହୋଇଥିବାବେଳେ ବିଜେଡିର ବର୍ଷା ସିଂ ବରିହା ଆଗରେ।

ଓଏଲ୍ ବ୍ୟୁରୋ: ପଦ୍ମପୁର ଜନାଦେଶ, ସରଗରମ ଓଡିଶା ରାଜନୀତି। ବର୍ତମାନ ସୁଦ୍ଧା ଦଶମ ରାଉଣ୍ଡ ଗଣତି ଶେଷ ହୋଇଥିବାବେଳେ ବିଜେଡିର ବର୍ଷା ସିଂ ବରିହା ଆଗରେ। ବିଜେଡି ୫୪୧୭୩ ଓ ବିଜେପି ୩୪୭୪୮ ଏବଂ କଂଗ୍ରେସ ୧୯୯୨ ଭୋଟ ଦଶମ ରାଉଣ୍ଡରେ ହାତେଇଛି। ନବମ ରାଉଣ୍ଡରେ ବିଜେଡି ୪୮୫୮୮ ଓ ବିଜେପି ୩୧୧୪୩ ଏବଂ କଂଗ୍ରେସ ୧୭୯୬ ଭୋଟ ପାଇଥିଲା।

ବିଜେଡିକୁ ଅଷ୍ଟମ ରାଉଣ୍ଡରେ ୪୩୬୯୧ ଓ ବିଜେପିକୁ ୨୮୧୫୦ ଏବଂ କଂଗ୍ରେସକୁ ୧୬୩୪ ମିଳିଥିଲା। ବିଜେପି ପୂର୍ବ ସପ୍ତମ ରାଉଣ୍ଡରେ ବିଜେଡି ୩୭୬୫୨ ଓ ବିଜେପି ୨୫୧୦୩ ଏବଂ କଂଗ୍ରେସ ୧୧୩୧ ଭୋଟ ହାତେଇଥିଲା। ଷଷ୍ଠ ରାଉଣ୍ଡରେ ବିଜେଡି ୩୧୮୮୬ ଓ ବିଜେପି ୨୧୧୮୨ ଏବଂ କଂଗ୍ରେସ ୯୭୦ ଭୋଟ ପାଇଥିଲା। ପ୍ରଥମ ରାଉଣ୍ଡରୁ ବିଜେଡି ପାର୍ଥି ଆଗରେ ରହିବାବେଳେ ଭୋଟ ଗଣତି ଜାରି ରହିଛି। ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିବାବେଳେ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ଭୋଟ ଗଣତି କେନ୍ଦ୍ର ସାମ୍ନାରେ କଡା ସୁରକ୍ଷା ସହ ଚାଲିଛି ପଦ୍ମପୁର ଭୋଟ ଗଣତି।

Leave A Reply

Your email address will not be published.