Odisha Link
Bridging the Missing Links in Odisha

କିଏ ହେବ ହିମାଚଳ ମୁଖ୍ୟମନ୍ତ୍ରୀ ? ନିଷ୍ପତ୍ତି ନେବେ ପ୍ରିୟଙ୍କା

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ବହୁମତ ପାଇବା ପରେ କଂଗ୍ରେସ ପାଇଁ ବଢ଼ୁଛି ଅଡ଼ୁଆ। ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ, ଏହାକୁ ନେଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସହମତି ହୋଇପାରୁ ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ସିମଲାରେ ଦଳ ପକ୍ଷରୁ ନବନିର୍ବାଚିତ ବିଧାୟକଙ୍କ ବୈଠକ ହୋଇଥିଲା। ହେଲେ କୌଣସି ନିଷ୍କର୍ସ ବାହାରିପାରି ନଥିଲା।

ତେବେ ମଲ୍ଲିକାର୍ଜୁନ ଖାଡଗେ, ସୋନିଆ ଗାନ୍ଧି କିମ୍ବା ରାହୁଲ ଗାନ୍ଧି ନୁହନ୍ତି, ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ନିଷ୍ପତ୍ତି ନେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏବେ ହିମାଚଳ ବିଧାନସଭା ନିର୍ବାଚନରେ କଂଗ୍ରେସ ମଙ୍ଗ ସମ୍ଭାଳି ଦଳକୁ ଜିତାଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ପ୍ରିୟଙ୍କା ନୂଆ କରି କଂଗ୍ରେସ ସଭାପତି ହୋଇଥିବା ମଲ୍ଲିକାର୍ଜୁନ ଖାଡଗେଙ୍କୁ ସାଥୀ କରି ହିମାଚଳ ପ୍ରଦେଶରେ ପ୍ରଚାର କରିଥିଲେ।

ମୁଖ୍ୟମନ୍ତ୍ରୀ ପଦ ପାଇବା ଦୌଡ଼ରେ ପ୍ରତିଭା ସିଂହ, ସୁଖବିନ୍ଦର ସିଂହ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀ ରହିଛନ୍ତି। ଏମାନଙ୍କୁ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ। ପ୍ରତିଭା ସିଂହ ଏହି ରେସ୍‌ରେ ସବୁ ଠାରୁ ଆଗରେ ଅଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ଶୁକ୍ରବାର ବିଧାୟକ ଦଳ ବୈଠକ ପୂର୍ବରୁ ହାଇକମାଣ୍ଡଙ୍କ ଆଗରେ ନିଜର ଶକ୍ତି ପ୍ରଦର୍ଶଦନ କରିଥିଲେ।

Leave A Reply

Your email address will not be published.