Odisha Link
Bridging the Missing Links in Odisha

ମୋ ବସରୁ ଯାତ୍ରୀଙ୍କଠାରୁ ୪୨ହଜାର ଲୁଟ ଅଭିଯୋଗ

ବାଣୀବିହାରରୁ ମୋ ବସରେ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ କେହି ଜଣେ ଦୁର୍ବୁତ୍ତ ଲୁଟ କରିଥିବା ବିରଂଚି କହିଛନ୍ତି।

ଓଏଲ୍ ବ୍ୟୁରୋ : ସ୍ମାର୍ଟ ସିଟିରେ ଗଡୁଥିବା ମୋ ବସକୁ ନେଇ ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀଙ୍କ ପାଖରୁ ମୋ ବସରେ ଯାତ୍ରା କରିବା ସମୟରେ ପାଖାପାଖି ୪୨ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ଆସିଛି।  ସରକାରୀ ମୋ ବସରୁ ଲୁଟ ହୋଇଥିବା ଘଟଣାରେ ଲୁଟର ଶିକାର ହୋଇଛନ୍ତି ନୟାଗଡ଼ର ଜଣେ ବ୍ୟକ୍ତି ଯିଏକି ଭୁବନେଶ୍ୱରର ଭିଏସଏସ ନଗରରେ ରୁହନ୍ତି।

ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ନୟାଗଡ଼ର ବିରଂଚି ସେଠି। ବିରଂଚି ଜଣେ ପେସାରେ ଡ୍ରାଇଭର ହୋଇଥିବାବେଳେ ବାଣୀବିହାରରୁ ମୋ ବସରେ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ କେହି ଜଣେ ଦୁର୍ବୁତ୍ତ ଲୁଟ କରିଥିବା ବିରଂଚି କହିଛନ୍ତି। ବିରଂଚି ନୟାପଲ୍ଲୀ ଥାନାରେ ମୋ ବସରୁ ତାଙ୍କ ଠାରୁ କେହି ଜଣେ ଦୁର୍ବୁତ୍ତ ଲୁଟ କରିଥିବା ଘଟଣାକୁ ନେଇ ଅଭିଯୋଗ କରିଛନ୍ତି। ବିରଂଚିଙ୍କ ଅଭିଯୋଗ କ୍ରମେ ନୟାପଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.