Odisha Link
Bridging the Missing Links in Odisha

ଦିଲ୍ଲୀ ଏମ୍ସରେ ସିଗାରେଟ ଓ ତମାଖୁ ବ୍ୟାନ

ଏମ୍ସ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି ଅନୁଯାଇ ଯଦି କୌଣସି ବ୍ୟକ୍ତି ଧୂମ୍ରପାନ କିମ୍ବା ତମାଖୁ ଉତ୍ପାଦ ଗୁଡିକ ନେଇକି ଭିତରକୁ ପ୍ରବେଶ କରନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ।

ଓଏଲ୍ ବ୍ୟୁରୋ : ଦିଲ୍ଲୀ ଏମ୍ସ ଭିତରେ ଲାଗିଲା କଟକଣା। କୌଣସି ବ୍ୟକ୍ତି ନେଇପାରିବେ ନାହିଁ ସିଗାରେଟ ବା ତମାଖୁ। ଏମ୍ସ କର୍ତ୍ତୃପକ୍ଷ ଜାରି କଲେ ନିୟମ। ଡାକ୍ତର, ମେଡିକାଲ କର୍ମଚାରୀ, ରୋଗୀଙ୍କ ସମ୍ପର୍କୀୟ ଏବଂ ଅନ୍ୟ କୌଣସି ବ୍ୟକ୍ତି କେହିବି ନେଇପାରିବେ ନାହିଁ ସିଗାରେଟ ଓ ତମାଖୁ।

ଏମ୍ସ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି ଅନୁଯାଇ ଯଦି କୌଣସି ବ୍ୟକ୍ତି ଧୂମ୍ରପାନ କିମ୍ବା ତମାଖୁ ଉତ୍ପାଦ ଗୁଡିକ ନେଇକି ଭିତରକୁ ପ୍ରବେଶ କରନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। ଏମ୍ସ ପରିସରକୁ ତମାଖୁ ମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ। ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି ଏମ୍ସ କର୍ତ୍ତୃପକ୍ଷ।