Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ଭାରତର ଦ୍ୱିତୀୟ ବୃହତ୍ତମ ଅଶୋକ ସ୍ତମ୍ଭ

ଦ୍ୱିତୀୟ ବୃହତ୍ତମ ସ୍ତମ୍ଭ ପ୍ରତିଷ୍ଠା ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି

ଓଏଲ୍ ବ୍ୟୁରୋ : ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ସବୁଠୁ ବଡ ପ୍ରତିମୂର୍ତ୍ତି ନୂଆ ସଂସଦ ଭବନ ପରିସରରେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ସ୍ତମ୍ଭ ପ୍ରତିଷ୍ଠା ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି। ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଦ୍ୱିତୀୟ ବୃହତମ ଷ୍ଟାଚ୍ୟୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ରହିଛି। ଏହାକୁ ସ୍ଥାନୀୟ ଗୋଳାବନ୍ଧ ଠାରେ ଥିବା ଆର୍ମି, ଏୟାର ଡିଫେନ୍ସ କଲେଜ ପରିସରରେ ସ୍ଥାପନ କରାଯିବ।

ବ୍ରହ୍ମପୁର ସହରର କାରିଗର ରାଜକୁମାର ବେହେରା ଗ୍ଲାସ ଫାଇବରରେ ନିର୍ମାଣ ହୋଇଥିବା ଅଶୋକ ସ୍ତମ୍ଭ ପ୍ରତିମୂର୍ତ୍ତିକୁ ନିର୍ମାଣ କରିଛନ୍ତି। ଦେଶର ସବୁଠୁ ବଡ ଅଶୋକ ସ୍ତମ୍ଭ ଉଚ୍ଚତା ୨୦ଫୁଟ ରହିଥିବା ବେଳେ ରାଜକୁମାର ପ୍ରସ୍ତୁତ କରିଥିବା ଏହି ଅଶୋକସ୍ଥମ୍ଭର ଉଚ୍ଚତା ୧୩ଫୁଟ ରହିଛି। ବ୍ରହ୍ମପୁର ହୋଇଥିବା ନୂଆ ପ୍ରତିମୂର୍ତ୍ତି ପାଇଁ ୪୦ଦିନ ଲାଗିଥିବାବେଳେ ୧୦ ଜଣ ସହଯୋଗୀଙ୍କ ସହ ମିଶି ରାଜକୁମାର ଅଶୋକ ସ୍ତମ୍ଭ ପ୍ରସ୍ତୁତ କରିଛନ୍ତି।

Leave A Reply

Your email address will not be published.