Odisha Link
Bridging the Missing Links in Odisha

ଏୟାରଇଣ୍ଡିଆ ପାଇଲଟ ସଂଘର ଟାଟା ମ୍ୟାନେଜମେଣ୍ଟକୁ ଚିଠି

ଏଆରଇଣ୍ଡିଆର ପାଇଲଟମାନେ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ପାଇଲଟମାନେ ଅଧିକ ସମୟ କାମ କରିପାରିବେ ନାହିଁ

ଓଏଲ୍ ବ୍ୟୁରୋ : ବିମାନ ଉଡାଣ ଓଭରଟାଇମ କାମକୁ ନେଇ ପାଇଲଟ ମାନେ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଲେଖିଲେ ଚିଠି। ଟାଟା ଗ୍ରୁପର ଏୟାରଲାଇନ ଏୟାରଇଣ୍ଡିଆରେ ପାଇଲଟଙ୍କ ସଂଖ୍ୟା କମ ଥିବାରୁ ଉଡାଣ ପ୍ରଭାବିତ ହୋଇପାରେ। ଏୟାର ଇଣ୍ଡିଆର ଦୁଇଟି ପାଇଲଟ୍ ୟୁନିଅନ୍ ଦାବି କରିଛନ୍ତି ଯେ ଦୂରଗାମୀ ବିମାନ ଚଳାଇବା ପାଇଁ ବିମାନ ସେବା ପାଇଲଟଙ୍କ ଅଭାବ ରହିଛି। ଚିଠିରେ ସ୍ପଷ୍ଟ ଲେଖା ହୋଇଛି ସେମାନେ ଅଧିକ ସମୟ ବିମାନ ଉଡାଣ କରିପାରିବେ ନାହିଁ।

ଏଆରଇଣ୍ଡିଆର ପାଇଲଟମାନେ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ଯେ ପାଇଲଟମାନେ ଅଧିକ ସମୟ କାମ କରିପାରିବେ ନାହିଁ। ଏୟାର ଇଣ୍ଡିଆ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ଘୋଷଣା କରାଯାଇନାହିଁ। ତେବେ ସୂଚନା ଅନୁସାରେ ଏୟାର ଇଣ୍ଡିଆ ଘରୋଇକରଣ ହେବା ପରେ ଅନେକ ସମସ୍ୟା ଦେଖାଯାଉଛି ବୋଲି କହିଛନ୍ତି ପାଇଲଟ କହିଛନ୍ତି। ପାଇଲଟଙ୍କ ସଂଖ୍ୟା କମ ଥିବାରୁ ଓଭରଟାଇମ କାମ କରିବାକୁ ପଡୁଛି ବୋଲି ଏୟାରଇଣ୍ଡିଆ ପାଇଲଟ ସଂଘ ଚିଠି ଲେଖିଥିବାର ସୂଚନା।

Leave A Reply

Your email address will not be published.