Odisha Link
Bridging the Missing Links in Odisha

ପାରାଦ୍ୱୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଅଗ୍ନିକାଣ୍ଡ

କୋଇଲା ପ୍ଲଟରେ କାମ ଚାଲିବା ସମୟରେ ନିଆଁ ଲାଗିଥିବାର ଜଣା ପଡିଛି।

ଓଏଲ୍ ବ୍ୟୁରୋ : ପାରଦ୍ୱୀପ ବନ୍ଦରରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ବନ୍ଦରର ନିଷିଦ୍ଧାଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିବାବେଳେ ବନ୍ଦରରେ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି। କୋଇଲା ପ୍ଲଟରେ କାମ ଚାଲିବା ସମୟରେ ନିଆଁ ଲାଗିଥିବାର ଜଣା ପଡିଛି।

ବର୍ତ୍ତମାନ ସୁଧା ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି। ପାରଦ୍ୱୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଥିବା କୋଇଲା ପ୍ଲଟରେ କାମ ଚାଲିବା ସମୟରେ ଯନ୍ତ୍ରାଂଶରେ ନିଆଁ ଲାଗିଥିବାବେଳେ କମ୍ପାନୀ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଅଗ୍ନିକାଣ୍ଡକୁ ଆୟତ୍ତ କରିପାରିନଥିଲେ କାର୍ଯ୍ୟରତ କମ୍ପାନୀ କର୍ମଚାରୀ। ପରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଲିଭାଇଥିବାବେଳେ ବନ୍ଦରରେ ଅନେକ କ୍ଷତି ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.