Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ହେଉଛନ୍ତି ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲିପ କୁମାର ସାହୁ।

ଓଏଲ୍ ବ୍ୟୁରୋ : ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ପୂର୍ବରୁ ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଉ ଜଣେ ସହକାରୀ ଯନ୍ତ୍ରୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ହେଉଛନ୍ତି ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲିପ କୁମାର ସାହୁ।

ଭିଜିଲାନ୍ସ ଟିମ ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ଦ୍ୱାରା ଜାରି କରାଯାଇଥିବା ଓ୍ୱାରେଣ୍ଟ ଦ୍ୱାରା ଚଢ଼ାଉ କରିଛି ସରକାରୀ ବାବୁଙ୍କ ଘରେ। ସହକାରୀ ଯନ୍ତ୍ରୀଙ୍କ ଘର ଥିବା ୪ ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିବାବେଳେ ସରକାରୀ ବାସଭବନ ଓ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଛି। ଭିଜିଲାନ୍ସ ଟିମ ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିବା ସମୟରେ ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ସାମିଲ ଥିବା ଜଣା ପଡିଛି।

Leave A Reply

Your email address will not be published.