Odisha Link
Bridging the Missing Links in Odisha

ସରିଲା ବ୍ଲାକମେଲ କୁଇନ୍ ଅର୍ଚ୍ଚନାଙ୍କ ଦ୍ଵିତୀୟ ରିମାଣ୍ଡ ଅବଧି

ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ତାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ କରି ଇଡି ଜେରା କରିଥିବା ସୂଚନା

ଓଏଲ୍‌ ବ୍ୟୁରୋ : ଆଜି କୋର୍ଟରେ ହାଜର ହେବେ ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ। ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଦ୍ଵିତୀୟ ରିମାଣ୍ଡ ଅଵଧି ଶେଷ ହୋଇଥିବାବେଳେ କୋର୍ଟରେ ଇଡି ଅର୍ଚ୍ଚନାଙ୍କୁ ହାଜର କରିବ। ପୂର୍ବରୁ ଏହି ମାମଲାରେ ଅନେକଙ୍କୁ ଜେରା କରିଥିଲା ଇଡି। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମଧ୍ୟ ଇଡି ରିମାଣ୍ଡରେ ନେଇଥିଲା। ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ୧୨ଘଣ୍ଟା ଜେରା କରିଥିଲା ଇଡି।

ଲେଡି ବ୍ଲାକମେଲର ଅର୍ଚ୍ଚନା ଓ ତାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ କରି ଇଡି ଜେରା କରିଥିବା ସୂଚନା। ବ୍ଲାକମେଲର ଅର୍ଚ୍ଚନାଙ୍କ ଖୋଲିପାରେ ଗୁମର। ଜେରା କରିବା ପରେ ସତ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଶ୍ରଦ୍ଧାଞ୍ଜଳି ଗିରଫ ହେବା ନେଇ ଆଶଙ୍କା କରାଯାଉଛି।