Odisha Link
Bridging the Missing Links in Odisha

କମୁଛି ପାରଦ ଥରୁଛି ଓଡିଶା

ରାଜ୍ୟର ୧୦ଟି ସହରର ତାପାମାତ୍ରା ୧୦ ଡିଗ୍ରି ତଳେ ରହିଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ତାପମାତ୍ରା କମିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି। ଏବର୍ଷ ଶୀତରେ ଜି.ଉଦୟଗିରିର ତାପମାତ୍ରା ପ୍ରଥମ ଥର ୫ଡିଗ୍ରୀ ତଳକୁ ଖସିଥିବା ଜଣା ପଡିଛି। ପୂର୍ବରୁ ୭ଡିଗ୍ରୀ ତାପମାତ୍ରା ଥିବାବେଳେ ବର୍ତ୍ତମାନ ଏହା ୫ ଡିଗ୍ରୀକୁ ଖସିଛି। ରାଜ୍ୟର ୧୦ଟି ସହରର ତାପାମାତ୍ରା ୧୦ ଡିଗ୍ରି ତଳେ ରହିଥିବା ଜଣା ପଡିଛି।

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ବଢିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିଥିବାବେଳେ ରାଜ୍ୟର କେତେକ ସ୍ଥାନରେ ରାତିରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ କମ ଥିବା ସୂଚନା। ସେଇଭଳି ରାଜ୍ୟର ୧୦ଜିଲ୍ଲାରେ ୧୦ ଡିଗ୍ରୀରୁ କମ ତାପମାତ୍ରା ଥିବାରୁ ଶୀତର ପ୍ରକୋପ ବଢ଼ିବାରେ ଲାଗିବା ସହ ଜନଜୀବନ ଉପରେ ପ୍ରଭାବ ପକାଇଛି।

Leave A Reply

Your email address will not be published.