Odisha Link
Bridging the Missing Links in Odisha

ଆତ୍ମହତ୍ୟା କଲେ ମମିତା ମେହେର ମୃତ୍ୟୁ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ

ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆଉ ଏକ ମୋଡ। ପୀଡିତା ମମିତା ମେହେର ମୃତ୍ୟୁ ଘଟଣାର ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବରରୁ ଜଣା ପଡିଛି। ମମିତା ମୃତ୍ୟୁର ମୁଖ୍ୟ ଆସାମୀ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଝି ଜେଲରେ ଥିବାବେଳେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ସୂଚନା। ପରେ ତାଙ୍କୁ ଚିକିତ୍ସାଳୟ ନିଆଯାଇଥିଲା ସେଠାରେ ଅଭିଯୁକ୍ତ ଗୋବିନ୍ଦକୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଜେଲରେ ସଜା କାଟୁଥିଲେ ଅଭିଯୁକ୍ତ ଗୋବିନ୍ଦ।

ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ପଡିଆରେ ଗାତ କରି ପୋଡିବା ସହ ପୋତି ଦେଇଥିଲେ ଗୋବିନ୍ଦ। ଘଟଣାର ଶୁଣାଣି ପାଇଁ ଆଜି ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ। କୋର୍ଟରେ ହାଜର ହେବା ପୂର୍ବରୁ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଗୋବିନ୍ଦ ଆତ୍ମହତ୍ୟା କରିବାର କାରଣ ଜଣା ପଡ଼ିନାହିଁ।

Leave A Reply

Your email address will not be published.