Odisha Link
Bridging the Missing Links in Odisha

ଜାନୁଆରୀ ପହିଲାରୁ କଟକରେ ପଶିବନି ଭାରିଯାନ

ଓଏଲ୍‌ ବ୍ୟୁରୋ: ପୁରୁଷ ହକି ବିଶ୍ବକପ୍‌ ୨୦୨୩ର ଉଦଘାଟନୀ ସମାରୋହ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଜାନୁଆରୀ ପହିଲାରୁ ଅସନ୍ତା ୧୨ ତାରିଖ ଯାଏଁ କଟକ ରାସ୍ତାରେ ଗଡିବନି ଭାରୀଯାନ।

ଭାରୀଯାନ ଚଳାଚଳ ଯଥା-ଟ୍ରକ୍, ଟିପ୍ପର, ଟ୍ରାକ୍ଟର ମାଧ୍ୟମରେ ଲଘୁ ଖଣିଜ ପରିବହନ ଉପରେ କଟକଣା ଲଗାଇଛି ପ୍ରଶାସନ। କଟକ ସହର ସୀମାଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଜାନୁଆରୀ ପହିଲାରୁ ଜାନୁଆରୀ ୧୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ।

ଆସନ୍ତା ୧୧ ତାରିଖରେ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଉଦଘାଟନୀ ସମାରୋହକୁ ଆସୁଥିବା ଅତିଥି ଓ ଦର୍ଶକ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତାୟାତ ସୁବିଧା ଦୃଷ୍ଟିରୁ ଏହି କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ।

Leave A Reply

Your email address will not be published.