Odisha Link
Bridging the Missing Links in Odisha

ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ ‘ଆକ୍ସିଡେଣ୍ଟାଲ୍‌ ଡିଲିଟ୍‌’ ସୁବିଧା

କେବଳ ମେସେଜ୍ ପଠାଇବାର କିଛି ସେକେଣ୍ଡ୍‌ ପାଇଁ ଉପଲବ୍ଧ ହେବ

ଓଏଲ୍‌ ବ୍ୟୁରୋ : ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ରେ ଆଉ ଏକ ନୂଆ ସୁବିଧା ଆରମ୍ଭ। ଅଜାଣତରେ ଡିଲିଟ କରୁଥିବା ମେସେଜକୁ ଫେରି ପାଇବା ପାଇଁ ହ୍ବାଟସ୍‌ଆପ୍‌ ଆରମ୍ଭ କରିଛି ‘ଆକ୍ଟିଡେଣ୍ଟାଲ୍‌ ଡିଲିଟ୍‌’ ସୁବିଧା। ଅଜାଣତରେ କୌଣସି ବ୍ୟକ୍ତି କିମ୍ବା ଗ୍ରୁପ୍‌ରେ ପୋଷ୍ଟ ହୋଇଯାଉଥିବା ମେସେଜ୍‌କୁ ହଟାଇବା ଲାଗି ଏହାକୁ ବ୍ୟବହାର କରାଯାଉଛି।

ବ୍ୟବହାରକାରୀମାନଙ୍କୁ ଅସୁବିଧାଜନକ ସ୍ଥିତିରୁ ମୁକୁଳାଇବା ଲାଗି ପୂର୍ବରୁ ‘ଡିଲିଟ୍‌ ଫର ମି’ ଓ ‘ଡିଲିଟ୍‌ ଫର ଏଭ୍ରିୱାନ୍‌’ ଭଳି ଦୁଇଟି ସ୍ବତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଥିବାବେଳେ ଆଉ ଏକ ନୂଆ ସୁବିଧା ଆରମ୍ଭ ହୋଇଛି। ଜଣେ ବ୍ୟକ୍ତି ମେସେଜ୍‌କୁ ଡିଲିଟ୍‌ କରିବା ଲାଗି ଚାହୁଁଥିଲେ ଯଦି ଭୁଲବଶତଃ ତାହାକୁ ‘ଡିଲିଟ୍‌ ଫର ମି’ ବ୍ୟବହାର କରି ଡିଲିଟ୍‌ କରନ୍ତି, ତେବେ ସେହି ମେସେଜ୍‌କୁ ସେ ‘ଆକ୍ସିଡେଣ୍ଟାଲ୍‌ ଡିଲିଟ୍‌’ ସୁବିଧା ଦ୍ୱାରା ଫେରାଇ ଆଣିପାରିବେ। ପୁଣି ଫେରାଇ ଆଣିଥିବା ମେସେଜକୁ ‘ଡିଲିଟ୍ ଫର ଏଭ୍ରିୱାନ୍‌’ ପ୍ରକ୍ରିୟା ବ୍ୟବହାର କରି ତାହାକୁ ଡିଲିଟ୍ କରିପାରିବେ। ଏହି ସୁବିଧା କେବଳ ମେସେଜ୍ ପଠାଇବାର କିଛି ସେକେଣ୍ଡ୍‌ ପାଇଁ ଉପଲବ୍ଧ ହେବ। ହ୍ବାଟସ୍‌ଆପ୍‌ ମେସେଜକୁ ଡିଲିଟ କରିବା ପରେ ଫେରିପାଇବା ପାଇଁ ନୂତନ ପ୍ରକ୍ରିୟା ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ ବେଶ ଲାଭପ୍ରଦ ହେବ।

Leave A Reply

Your email address will not be published.