Odisha Link
Bridging the Missing Links in Odisha

ବାଲେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ସୋମନାଥପୁର ରେଳ ଓଭର ବ୍ରିଜ ଉଦଘାଟନ କଲେ

ଓଏଲ୍‌ ବ୍ୟୁରୋ : ଆଜି ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ସୋମନାଥପୁର ରେଳ ଓଭର ବ୍ରିଜ ଉଦଘାଟନ କଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ କଡା ସୁରକ୍ଷା ମଧ୍ୟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କଲେ ଆଦିବାସୀ ମାଆ।

ବାଲେଶ୍ୱରରେ ପହଞ୍ଚିବା ପରେ ୧୮୦୬ କୋଟି ଟଙ୍କାର ୧୯୧ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ମିଶନ ଶକ୍ତି ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ। ଏହି ରାଶି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ଅଭିନବ ପଦକ୍ଷେପ ‘ଏକ ଗ୍ରାମ ପଂଚାୟତ ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ନୂତନ ପାହାଚରେ ପହଂଚାଇବାରେ ସହଯୋଗ କରିବ। ବିନା ସୁଧରେ ବାଲେଶ୍ୱରର ୬୦ ହଜାର ମା’ ସୁବିଧା ପାଇବେ।

Leave A Reply

Your email address will not be published.