Odisha Link
Bridging the Missing Links in Odisha

ଏକଲବ୍ୟ ପୁରସ୍କାର ପାଇଲେ ସାଇକେଲ ଚାଳିକା ସ୍ୱାସ୍ତି ସିଂହ

କ୍ରୀଡା ପ୍ରଦର୍ଶନ ପାଇଁ ସ୍ୱାସ୍ତି ସିଂହଙ୍କୁ ଏହି ଏକଲବ୍ୟ ପୁରସ୍କାର ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଇମ୍ଫା ଦ୍ୱାରା ପ୍ରଦାନ କରାଯାଇଛି।

ଓଏଲ୍‌ ବ୍ୟୁରୋ : ଇମ୍ଫା ପକ୍ଷରୁ ଆୟୋଜିତ ହୋଇଯାଇଛି ୩୦ ତମ ଏକଲବ୍ୟ ପୁରସ୍କାର ପ୍ରଦାନ। ଚଳିତବର୍ଷ ଇମ୍ଫା ପକ୍ଷରୁ ଆୟୋଜିତ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପୁରସ୍କାର ପାଇଛନ୍ତି ସାଇକେଲ ଚାଳିକା ଶ୍ୱାସ୍ତୀ ସିଂ। ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସାଇକେଲ ଚାଳିକା ସ୍ୱାସ୍ତି ସିଂହଙ୍କୁ ଦିଆଗଲା ୩୦ତମ ଏକଲବ୍ୟ ପୁରସ୍କାର। ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ତାଙ୍କର କ୍ରୀଡା ପ୍ରଦର୍ଶନ ପାଇଁ ସ୍ୱାସ୍ତି ସିଂହଙ୍କୁ ଏହି ଏକଲବ୍ୟ ପୁରସ୍କାର ସହ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଇମ୍ଫା ଦ୍ୱାରା ପ୍ରଦାନ କରାଯାଇଛି।

ଇମ୍ଫା ପକ୍ଷରୁ ଉଦୀୟମାନ ଫୁଟବଲ୍‌ ତାରକା ପ୍ୟାରୀ ଖାଖା ଓ ହକି ଖେଳାଳି ଶିଳାନନ୍ଦ ଲାକ୍ରାଙ୍କୁ ମଧ୍ୟ ମାନପତ୍ର ସହ ପଚାଶ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ଇମ୍ଫା ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପଦ୍ମଭୂଷଣ ପଙ୍କଜ ଆଡ଼ଭାନୀ ଓ ସମ୍ମାନିତ ଅତିଥିଭାବେ ଏସିଆନ୍‌ ଗେମ୍ସ ପଦକ ବିଜେତା ପ୍ରଣତୀ ମିଶ୍ର ଯୋଗଦେଇଥିଲେ। ଏକଲବ୍ୟ ପୁରସ୍କାର କମିଟିର ଚେୟାରମ୍ୟାନ ବୈଜୟନ୍ତ ପଣ୍ଡାଙ୍କ ସହ ପୁରସ୍କାର ଜୁରି କମିଟିର ସଦସ୍ୟମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତମାନଙ୍କୁ ପ୍ରତିବର୍ଷ ଇମ୍ଫା ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଉଛି। ଇମ୍ଫା ପକ୍ଷରୁ ଏକଲବ୍ୟ ପୁରସ୍କାର ପାଇଥିବା ସ୍ୱାସ୍ତି ସିଂହ କହିଛନ୍ତି ଯେ ତାଙ୍କୁ ଏହି ପୁରସ୍କାର ଆହୁରି କ୍ରୀଡା କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ।

Leave A Reply

Your email address will not be published.