Odisha Link
Bridging the Missing Links in Odisha

ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଜାରି

ବମ୍ ଚକ୍ରବାତ କାରଣରୁ ୧୪ ଲକ୍ଷରୁ ଅଧିକ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ପ୍ରଭାବିତ

ଓଏଲ୍‌ ବ୍ୟୁରୋ : ନ୍ୟୁୟର୍କରେ ୪୫ଡିଗ୍ରୀ ତଳକୁ ପାରଦ ଖସିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଲକ୍ଷ ଲକ୍ଷ ଲୋକ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଏବେ ଶୀତରେ ପ୍ରଭାବିତ ହୋଇଛନ୍ତି। ଖ୍ରୀଷ୍ଟମାସ ପାଇଁ ଲୋକମାନେ ଅନେକ କିଛି ଯୋଜନା କରିଥିବା ବେଳେ ଅଧିକ ଶୀତ କାରଣରୁ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଚକ୍ରବାତ କାରଣରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିଲା। ବମ୍ ଚକ୍ରବାତ କାରଣରୁ ୧୪ ଲକ୍ଷରୁ ଅଧିକ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ପ୍ରଭାବିତ ହୋଇଛି।

ଚକ୍ରବାତ ତୋଫାନ କାରଣରୁ ରାଜ୍ୟଗୁଡିକରେ ତାପମାତ୍ରା ଆଶାତୀତ ଭାବେ ତଳକୁ ଖସିଛି। ସେଠାକାର ପାଣିପାଗ ବିଭାଗର ସୂଚନା ମୁତାବକ ଆୟୋବା, ମୋଇନେସ ଭଳି ସ୍ଥାନରେ ତାପମାତ୍ରା -୩୭ ଡିଗ୍ରୀ ଫାରେନହାଇଟ ରହିଛି। ଯାହାକୁ ମାତ୍ର ୫ ମିନିଟରେ ଗରମପାଣିକୁ ବରଫ କରିଦେବ।

ପରିସ୍ତିତିକୁ ଦେଖି ନ୍ୟୁୟର୍କ ରାଜ୍ୟପାଳ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ରାଜ୍ୟପାଳ କୈଥୀ ହୋଚୁଲା କହିଛନ୍ତି କି ଏବେ ରାଜ୍ୟସାରା ବରଫର ବନ୍ୟାଭଳି ସ୍ଥିତି ରହିବା ସହ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି । ତାପମାତ୍ରା ସର୍ବାଧିକ କମ ରହିଥିବାରୁ ଏହି ବର୍ଷାଜଳ ବରଫରେ ପରିଣତ ହେଉଛି। ପୂର୍ବରୁ ଚକ୍ରବାତ କାରଣରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବାରୁ ଲୋକମାନଙ୍କୁ ଘରୁ ବାହାରିବାକୁ ମନା କରାଯାଇଥିବା ଜଣା ପଡିଛି।

Leave A Reply

Your email address will not be published.