Odisha Link
Bridging the Missing Links in Odisha

ଗୋପାଳପୁର ବେଳାଭୂମି ମହୋତ୍ସବ ଆଜିଠୁ ଅନୁଷ୍ଠିତ ହେବ

୨ବର୍ଷ ପରେ ପୁଣିଥରେ ଆୟୋଜିତ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ

ଓଏଲ୍‌ ବ୍ୟୁରୋ : ଗୋପାଳପୁରରେ ତାରକାଙ୍କୁ ଦେଖିବା ପାଇଁ ଭିଡ଼ ଜମିବ। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ ଯାହା ୨୮ ତାରିଖ ଯାଏଁ ଚାଲିବାର ସୂଚନା ମିଳିଛି। ବ୍ରହ୍ମପୁରର ଗୋପାଳପୁର ଠାରେ ୨ବର୍ଷ ପରେ ପୁଣିଥରେ ଆୟୋଜିତ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। କରୋନାର ଦୁଇ ବର୍ଷ ପରେ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହେବ ବୋଲି କୁହାଯାଉଛି।

୨ବର୍ଷ ପରେ ଏହି ବେଳାଭୂମି ମହୋତ୍ସବ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି କ୍ୟାମେରା ସହ ମେଳା ମଝିରେ ଓ୍ୱାଚ୍ ଟାଓ୍ୱାର ରହିବ। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ସହ ବରିଷ୍ଠ ପୁଲିସ୍ ଅଧିକାରୀ ମୁତୟନ ରହିବେ ବୋଲି ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି। ଗୋପାଳପୁର ବେଳାଭୂମି ମହୋତ୍ସବରେ ବଲିଉଡ ଓଲିଉଡ କଳାକାରଙ୍କର ସମାଗମ ହୋଇଥାଏ। ତେଣୁ ଜନଗହଳି ଦେଖିବାକୁ ମିଳିଥାଏ। ଏବର୍ଷ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଚଳିତ ଥର ୨୫୦ଟି ଷ୍ଟଲ ଖୋଲିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିବା ଜଣା ପଡୁଛି।

Leave A Reply

Your email address will not be published.