Odisha Link
Bridging the Missing Links in Odisha

ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ସହଯୋଗ କରିବ କ୍ରାଇମବ୍ରାଞ୍ଚ

୨ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ହୋଟେଲରେ ଘଟଣାର ତଦନ୍ତ ଜାରି ଥିବା ବେଳେ କ୍ରାଇମବ୍ରାଞ୍ଚକୁ ଡିଜିପିଙ୍କ ନିର୍ଦ୍ଦେଶ ତଦନ୍ତରେ ସାହାଯ୍ୟ କରିବାକୁ।

ଓଏଲ୍‌ ବ୍ୟୁରୋ : ରାୟଗଡାରେ ଘଟିଥିବା ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ହୋଟେଲ ଛାଡିଲେ ଅନ୍ୟ ଦୁଇ ରୁଷୀୟ ନାଗରିକ। ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ହେଲେ ତୁରୋଭ ମିଖାଇଲ ଓ ତାଙ୍କ ପତ୍ନୀ ପାନସେନକୋ ମାତାଲିଆଙ୍କୁ ପୋଲିସ ଛାଡି ଦେଇଛି। ପୂର୍ବରୁ ପାୱେଲ ଆନ୍ଥେମ ଓ ଭ୍ଲାଦମିର ବିଦାନାଭଙ୍କ ମୃତ୍ୟୁ ପରେ ଦମ୍ପତିଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖିଥିଲା ପୋଲିସ। ୨ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏମାନଙ୍କୁ ପୋଲିସ ଜଗି ରହୁଥିବା ଦେଖିବାକୁ ମିଳିଥିଲା। ୨ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ହୋଟେଲରେ ଘଟଣାର ତଦନ୍ତ ଜାରି ଥିବା ବେଳେ କ୍ରାଇମବ୍ରାଞ୍ଚକୁ ଡିଜିପିଙ୍କ ନିର୍ଦ୍ଦେଶ ତଦନ୍ତରେ ସାହାଯ୍ୟ କରିବାକୁ।

ସୂଚନା ଅନୁସାରେ ପୂର୍ବରୁ ରୁଷ୍‌‌ର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ କଡ଼ା ବିରୋଧୀ ତଥା ସମାଲୋଚକ ଭାବେ ଜଣାଶୁଣା ପାଭେଲ ଆଣ୍ଟଭଙ୍କ(୬୫)ର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ନିଜର ଜନ୍ମଦିନ ପାଳନ ପାଇଁ ରୁଷର ଏହି ସାଂସଦ ବନ୍ଧୁମାନଙ୍କ ସହ ଓଡ଼ିଶା ଆସି ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିଲେ। ଶନିବାର ଦିନ ହୋଟେଲ ସ୍ବିମିଂ ପୁଲରୁ ତାଙ୍କର ରକ୍ତାକ୍ତ ଶବ ଉଦ୍ଧାର କରିଥିଲା ସ୍ଥାନୀୟ ପୁଲସ। ସେ ହୋଟେଲ ଝର୍କାରୁ ଖସି ପଡ଼ିଛନ୍ତି ବୋଲି କୋଲାକାତାରେ ଥିବା ରୁଷୀୟ କନ୍ସୁଲ ଜେନେରାଲ ଆଲେକ୍ସି ଇଦାମକିନ ଗଣମାଧ୍ୟମକୁ କହିଥିଲେ।

ଘଟଣାର ତିନି ଦିନ ପୁର୍ବରୁ (୨୨ ଡିସେମ୍ବର) ପାଭେଲଙ୍କ ସହ ଆସିଥିବା ତାଙ୍କର ବନ୍ଧୁ ଭ୍ଲାଦମିର ବିନ୍ଦେନଭ (୬୧)ଙ୍କର ହୃଦଘାତରେ ସମାନ ହୋଟେଲ ଭିତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳେ ତାଙ୍କ ପାଖରେ କେତୋଟି ଖାଲି ମଦ ବୋତଲ ପଡ଼ିଥିଲା। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଡିସେମ୍ବର ୨୧ରେ ପାଭେଲ ଓ ବିନ୍ଦେନଭଙ୍କୁ ମିଶାଇ ମୋଟ ୪ ଜଣ ରୁଷୀୟ ନାଗରିକ ରାୟଗଡ଼ାର ଏହି ହୋଟେଲରେ ଚେକ୍‌ ଇନ୍‌ କରିଥିଲେ। ସେମାନଙ୍କ ସହ ଟୁର ଗାଇଡ୍‌ ଜିତେନ୍ଦ୍ର ସିଂହ ମଧ୍ୟ ସମାନ ହୋଟେଲରେ ରହୁଥିଲେ।

ନିଜ ବନ୍ଧୁଙ୍କ ମୃତ୍ୟୁରେ ପାଭେଲ୍‌ ମାନସିକ ଅବସାଦ ଭିତରେ ଥିଲେ ଓ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଥିବାବେଳେ ବର୍ତମାନ ଘାଟଣାର ତଦନ୍ତ ଚାଲିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ପାଭେଲ ଆଣ୍ଟଭ ରୁଷର ଅନ୍ୟତମ ଧନୀ ସାଂସଦ ଭାବେ ଜଣାଶୁଣା। ତେବେ ସେ ରାଷ୍ଟ୍ରପତି ପୁତିନଙ୍କୁ ସମାଲୋଚନା କରି ଚର୍ଚାକୁ ଆସିଥିଲେ। ସାସଂଦ ହୋଇ ମଧ୍ୟ ସେ ଏଭଳି ମୃତ୍ୟୁକୁ କେଉଁ କାରଣରୁ ଆପଣେଇଛନ୍ତି ତାହା ପୁଲିସ ତଦନ୍ତ କରୁଛି। ପୁଲିସର ଏହି ତଦନ୍ତରେ କ୍ରାଇମବ୍ରାଞ୍ଚ ସହଯୋଗ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.