Odisha Link
Bridging the Missing Links in Odisha

ପ୍ରେମିକ ସାଜିଲା ନରରାକ୍ଷସ, ୫୧ ଥର ଆକ୍ରମଣ କରି ପ୍ରେମିକାଙ୍କୁ କଲା ହତ୍ୟା

ପେଚକସରେ ୫୧ ଥର ଆକ୍ରମଣ କରି ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଥିଲା

ଓଏଲ୍‌ ବ୍ୟୁରୋ : ସାରା ଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଆଉ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ। ଘଟଣାଟି ଛତିଶଗଡ ଜିଲ୍ଲାର କୋରବା ଜିଲ୍ଲାରେ ଜଣେ ପ୍ରେମିକ ତାର ୨୦ ବର୍ଷିୟା ପ୍ରେମିକାକୁ ଏକ ପେଚକସ ସହାୟତାରେ ୫୧ ଥର ଭୂଷି ହତ୍ୟା କରିଥିବା ଜଣା ପଡିଛି।

ପୂର୍ବରୁ ଶ୍ରଦ୍ଧାଙ୍କୁ ତାଙ୍କ ପ୍ରେମିକ ଖଣ୍ଡ ଖଣ୍ଡ କରି ମାରିଦେଇଥିବା ସୂଚନା ମିଳିଥିଲା। ବର୍ତମାନ ଛତିଶଗଡର ଏହି ଘଟଣା ଅତି ନିନ୍ଦନୀୟ ହୋଇଥିବାବେଳେ ଅଭିଯୁକ୍ତ ପ୍ରେମିକ ହତ୍ୟା କରିବା ପରେ ପୁଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ। ଛତିଶଗଡ ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ପ୍ରେମିକ ଜଣଙ୍କ ପ୍ରେମିକା ଏକଟୁଆ ଘରେ ଥିବାବେଳେ ପହଂଚିଥିଲେ। କିଛି ସମୟ ପରେ ପ୍ରେମିକ ଜଣଙ୍କ ହଠାତ ଯୁବତୀଙ୍କ ଘର ଭିତରେ ପଶିଯାଇଥିଲେ ଓ ପ୍ରେମିକାର ମୁହଁକୁ ତକିଆ ସହାୟତାରେ ଚାପିଧରି ନିର୍ମମ ଭାବେ ଆକ୍ରମଣ କରିଥିଲେ।

ସାଥିରେ ଆଣିଥିବା ପେଚକସରେ ୫୧ ଥର ଆକ୍ରମଣ କରି ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଥିଲା। ଘଟଣାଟି ଘଟିବା ପରେ ପ୍ରେମିକାର ଭାଇ ଘରେ ପହଂଚିବା ବେଳକୁ ଯୁବତୀ ଜଣଙ୍କ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡି ରହିଥିଲା। ପରେ ପୋଲିସ ମାମଲା ରୁଜୁ କରାଯାଇଥିବାବେଳେ ଘଟଣାର ତଦନ୍ତ କରାଯାଉଛି। ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଥିବା ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.