ରାଜଧାନୀରେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ
ମାସିକ ଭତ୍ତା ଓ ନିଯୁକ୍ତି ପ୍ରକିୟା ଭଳି ବିଭିନ୍ନ ଦାବିକୁ ପୂରଣ କରିବା ପାଇଁ ହଜାର ହଜାର ଅଙ୍ଗନୱାଡି କର୍ମୀ ରାଜଧାନୀ ଭୁବନେଶ୍ୱରରେ
ଓଏଲ୍ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଅଙ୍ଗନୱାଡି କର୍ମୀଙ୍କ ବିଶାଳ ରାଲି। ବିଭିନ୍ନ ଦାବି ନେଇ ରାଜଧାନୀ ଭୁବନେଶ୍ୱର ଆନ୍ଦୋଳନ କରୁଛନ୍ତି ଅଙ୍ଗନୱାଡି କର୍ମୀ। ପୂର୍ବରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିଲେ ଅଙ୍ଗନୱାଡି କର୍ମୀ। ବର୍ତ୍ତମାନ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ କରିନଥିବାରୁ ସେମାନେ ଆନ୍ଦୋଳନରେ ଓଲ୍ହାଇଥିବା କର୍ମୀମାନେ କହିଛନ୍ତି।
ସେମାନଙ୍କ ଦାବି ଅନୁସାରେ ମାସିକ ଭତ୍ତା ଓ ନିଯୁକ୍ତି ପ୍ରକିୟା ଭଳି ବିଭିନ୍ନ ଦାବିକୁ ପୂରଣ କରିବା ପାଇଁ ହଜାର ହଜାର ଅଙ୍ଗନୱାଡି କର୍ମୀ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ ଜାରି କରିଛନ୍ତି। ସେମାନଙ୍କ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଏହି ଭଳି ଚାଲିବ ବୋଲି ଓଡିଶା ଅଙ୍ଗନୱାଡି ସଂଗଠନ ମତ ବ୍ୟକ୍ତ କରିଛନ୍ତି।