Odisha Link
Bridging the Missing Links in Odisha

ଶ୍ରୀଲଙ୍କା ଆଗରେ ୧୬୩ ରନର ଟାର୍ଗେଟ ରଖିଲା ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଲେ ଦୀପକ ହୁଡ଼ା ଓ ଅକ୍ଷର ପଟେଲ। ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ମୋଟ ୧୬୨ ରନ କରିବାରେ ସଫଳ ହୋଇଛି। ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ ।

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ଭାରତ ପକ୍ଷରୁ ଦୁଇ ଯୁବ ଅପନର ଶୁଭମନ ଗିଲ ଓ ଇଶାନ କିଷନ ଇନିଂସ୍‌ ଓପନ କରିଥିଲେ । ଦଳୀୟ ସ୍କୋର ୨୭ ରନ୍‌ ହୋଇଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା । ଟି-୨୦ ଡେବ୍ୟୁ କରିଥିବା ଶୁଭମନ ଗିଲ୍‌ ମାତ୍ର ୭ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ । ଏହାପରେ ଟି-୨୦ ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ସେ ମାତ୍ର ୭ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ । ଏହାପରେ ସଞ୍ଜୁ ସାମସନ୍‌ ମଧ୍ୟ ୫ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ ।

୭୭ ରନରେ ୪ ଓ୍ବିକେଟ ହରାଇ ସଙ୍କଟରେ ଥିବା ଭାରତୀୟ ଦଳକୁ ସାହା ହୋଇଥିଲେ କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା । ଆଉ ସଙ୍କଟମୋଚକ ଭଳି ଦଳ ପାଇଁ ରନ୍‌ ସଂଗ୍ରହ କରିଥିଲେ ଦୀପକ ହୁଡ଼ା। ହାର୍ଦ୍ଦିକ ୨୭ ରନ୍‌ କରି ଆଉଟ ହେବା ପରେ ବ୍ୟାକଫୁଟରେ ଥିଲା ଟିମ୍‌ ଇଣ୍ଡିଆ। ହେଲେ ଦୀପକ ହୁଡ଼ା ଓ ଅକ୍ଷର ପଟେଲ ଦଳ ପାଇଁ ରନ୍‌ ଯୋଡ଼ିଥିଲେ। ହୁଡ଼ା ୪୧ ଓ ଅକ୍ଷର ୩୧ ରନର ଅପରାଜିତ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୧୬୨ ରନ୍‌ ସ୍କୋର କରିଥିଲା ।

ଶ୍ରୀଲଙ୍କା ପକ୍ଷରୁ ଦିଲଶାନ, ଠିକଶନା, କରୁଣାରତ୍ନେ, ଧନଞ୍ଜୟ ଓ ହର୍ଷଙ୍ଗା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.