Odisha Link
Bridging the Missing Links in Odisha

ଓଡ଼ିଶାରେ ୫ଜି ସେବା ଆରମ୍ଭ

୫ଜି ସେବା ୪ଜି ସେବା ଅପେକ୍ଷା ୧୦ଗୁଣା ଅଧିକ ସ୍ପୀଡ

ଓଏଲ୍‌ ବ୍ୟୁରୋ : ଆଜିଠୁ ଓଡ଼ିଶାରେ ଆରମ୍ଭ ଫାଇଭ୍ ଜି ସେବା। ଶିକ୍ଷା, ସ୍ୱାସ୍ଥ୍ୟ ତଥା ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ ୫ଜି ବ୍ୟବହାରକାରୀ। ସୂଚନା ଅନୁସାରେ ୫ଜି ସେବା ୪ଜି ସେବା ଅପେକ୍ଷା ୧୦ଗୁଣା ଅଧିକ ସ୍ପୀଡରେ ଚାଲିବ ବୋଲି ଜଣା ପଡିଛି। କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲଞ୍ଚ ହେଲା ଏହି ସେବା। ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବାକୁ ଅନୁମତି ଦେଇଛି। ଓଡ଼ିଶାରେ ୫ଜି ସେବାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୂଚନା ଅନୁସାରେ, ରାଜ୍ୟରେ ଫାଇଭ୍ ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଥିଲା। ଅଶ୍ୱିନୀ ବୈଷ୍ଣବ, ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ। ଫାଇଭ୍ ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ।। ଏହା ସହ ପ୍ରଯୁକ୍ତି କମ୍ପାନୀ, ଷ୍ଟାର୍ଟଅପ୍ ସଂସ୍ଥା, ସିଡଟ୍ ଓ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇ ଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ। ପୂର୍ବରୁ ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା। ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଗାନ୍ଧିନଗର, ଗୁରୁଗ୍ରାମ, ଜାମନଗର, କୋଲକାତା, ଚେନ୍ନାଇ,ଦିଲ୍ଲୀ,ମୁମ୍ବାଇ ସମେତ ଆହୁରି ଅନେକ ସ୍ଥାନରେ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.