Odisha Link
Bridging the Missing Links in Odisha

୫ଜି ହ୍ୟାଣ୍ଡ୍‌ସେଟ୍‌ ଥିଲେ, ଉପଲବ୍ଧ ହେବ ମାଗଣା ୫ଜି ଡାଟା

ଯେଉଁ ଉପଭୋକ୍ତାଙ୍କ ପାଖରେ ୫ଜି ହ୍ୟାଣ୍ଡ୍‌ସେଟ୍‌ ଥିବ ଏବଂ ୪ଜି ପ୍ଲାନ ଚାଲୁଥିବ ସେମାନେ ବିନା ମୂଲ୍ୟରେ ୫ଜି ଡାଟା ବ୍ୟବହାର କରିପାରିବେ ବୋଲି ବିଶେଷ ତଥ୍ୟରୁ ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇଥିବାବେଳେ ଖୁବ୍‌ ଶୀଘ୍ର ଓଡ଼ିଶାର କୋଣ ଅନୁକୋଣକୁ ଦ୍ରୁତ ଗତିରେ ଟ୍ରୁ-୫ଜି ନେଟ୍‌ୱର୍କ ଉପଲବ୍ଧ ହେବ। ସୂଚନା ଅନୁସାରେ ଜିଓ ଦ୍ୱାରା ଫେବୃଆରୀ ସୁଦ୍ଧା ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯିବ। ତା ସହିତ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ପ୍ରତି ତହସିଲ ପର୍ଯ୍ୟନ୍ତ ଜିଓ ଟ୍ରୁ-୫ଜି ସେବାକୁ ସମ୍ପ୍ରସାରିତ କରିବା ନେଇ ଜିଓ ପକ୍ଷରୁ ଯୋଜନା ରହିଥିବା ସୂଚନା ଦିଆଯାଇଛି।

୫ଜି ହ୍ୟାଣ୍ଡ୍‌ସେଟ୍‌ ବ୍ୟବହାରକାରୀ ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଭୁବନେଶ୍ବର ଓ କଟକରେ ଯେଉଁ ଉପଭୋକ୍ତାଙ୍କ ପାଖରେ ୫ଜି ହ୍ୟାଣ୍ଡ୍‌ସେଟ୍‌ ଥିବ ଏବଂ ୪ଜି ପ୍ଲାନ ଚାଲୁଥିବ ସେମାନେ ବିନା ମୂଲ୍ୟରେ ୫ଜି ଡାଟା ବ୍ୟବହାର କରିପାରିବେ ବୋଲି ବିଶେଷ ତଥ୍ୟରୁ ଜଣା ପଡିଛି। ତେବେ ଏହି ୫ଜି ଡାଟାର ସୁବିଧା ୫ଜି ହ୍ୟାଣ୍ଡ୍‌ସେଟ୍‌ ବ୍ୟବହାରୀଙ୍କ ପାଇଁ କେତେ ସୁବିଧା ଜନକ ହେବ ତାହା ଦେଖିବାକୁ ବାକି ରହିଲା। ଖବର ଅନୁସାରେ ୫ଜି ସେବା ୪ଜି ସେବା ଅପେକ୍ଷା ୧୦ଗୁଣ ସ୍ପୀଡରେ ଚାଲିବ।

Leave A Reply

Your email address will not be published.