Odisha Link
Bridging the Missing Links in Odisha

ଜଳିଗଲା ଉତ୍ତରପ୍ରଦେଶରୁ ଆସିଥିବା ପର୍ଯ୍ୟଟକଙ୍କ ବସ୍

ନିଆଁରେ ଜଳି ଯାଇଥିବା ବସ୍, ପର୍ଯ୍ୟଟକଙ୍କୁ ନେଇ ଉତ୍ତରପ୍ରଦେଶରୁ ଶ୍ରୀକ୍ଷେତ୍ର ଅଭିମୁଖେ ଜଗା ଦର୍ଶନ ପାଇଁ ଆସିଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ପୁରୀ ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିର ପଛପଟେ ବସ୍ ଜଳିଯାଇଥିବା ସୂଚନା। ପର୍ଯ୍ୟଟକ ଆସିଥିବା ବସ୍ ପଛପଟେ ରୋଷେଇ ଚାଲିଥିବାବେଳେ ବସରେ ନିଆଁ ଲାଗିଥିବା ଜଣା ପଡିଛି। ତେବେ ନିଆଁରେ ଜଳି ଯାଇଥିବା ବସ୍, ପର୍ଯ୍ୟଟକଙ୍କୁ ନେଇ ଉତ୍ତରପ୍ରଦେଶରୁ ଶ୍ରୀକ୍ଷେତ୍ର ଅଭିମୁଖେ ଜଗା ଦର୍ଶନ ପାଇଁ ଆସିଥିଲା।

ରୋଷେଇ ସମୟରେ ହୁତୁହୁତୁ ହୋଇ ବସରେ ନିଆଁ ଜଳିଥିଲା। ବସ୍‌‌ ଜଳିବା ମାତ୍ରେ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଧୂଆଁମୟ ହୋଇ ଯାଇଥିଲା। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବସ୍‌‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ନିଆଁ ଆୟତ୍ତ ହୋଇ ସାରିଛି ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶରୁ ଆସିଥିବା ବସଟି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖରେ ରହିଥିଲା। ଅପରାହ୍ନ ପାଖାପାଖି ପ୍ରାୟ ସାଢ଼େ ୨ ଟା ସମୟରେ ହଠାତ ବସଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା। କିଛି ତୀର୍ଥଯାତ୍ରୀ ବସ ନିକଟରେ ଭୋଜନ କରୁଥିବାବେଳେ ଆଉ କିଛି ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ଖବର ପାଇ ସାକ୍ଷୀଗୋପାଳରୁ ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ।

ପ୍ରାୟ ୫୦ ଜଣ ତୀର୍ଥ ଯାତ୍ରୀ ଏହି ବସରେ ଆସିଥିଲେ। ତୀର୍ଥ ଯାତ୍ରୀ ମାନଙ୍କର ସମସ୍ତ ଆସବାବ ପତ୍ର ଓ ଟଙ୍କା ପଇସା ଭସ୍ମୀଭୂତ ହୋଇ ଯାଇଥିବା ଜଣା ପଡିଛି। ତେବେ ଜଗା ଦର୍ଶନ ପାଇଁ ଉତ୍ତରପ୍ରଦେଶରୁ ଆସିଥିବା ପର୍ଯ୍ୟଟକ ମାନେ ସୁରକ୍ଷିତ ଅଛନ୍ତି।

Leave A Reply

Your email address will not be published.