Odisha Link
Bridging the Missing Links in Odisha

ଅର୍ଚ୍ଚନା ନାଗ ମାମଲା : ଚାର୍ଜସିଟ୍ ଦାଖଲ କଲା ଇଡି

ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର ଏବଂ ଶ୍ରଧାଞ୍ଜଳିଙ୍କ ନାଁ ରହିଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିସାରିଛି। ପୂର୍ବରୁ କୁହାଯାଉଥିଲା ୧୩ଶହ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ କରିବ ଇଡି। ବର୍ତ୍ତମାନ ଇଡି ୨୨୪୧ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ କରିଥିବା ସୂଚନା। ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର ଏବଂ ଶ୍ରଧାଞ୍ଜଳିଙ୍କ ନାଁ ରହିଥିବା ଜଣା ପଡିଛି। ଚାର୍ଜସିଟରେ ଇଡି ଦ୍ୱାରା ଉଲ୍ଲେଖ କରାଯାଇଛି ଯେ ଅର୍ଚ୍ଚନା ନାଗ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ।

ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଏବଂ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ମନି ଲଣ୍ଡରିଂର ବ୍ୟାପକ ପ୍ରମାଣ ମିଳିଥିବା କୁହାଯାଉଛି। ୪ ଜଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ମଧ୍ୟ ଜଣା ପଡିଛି। ବ୍ଲାକମେଲର ଅର୍ଚ୍ଚନାଙ୍କ ମାୟାଜାଲରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ପଡ଼ିଛନ୍ତି। ଫିଲ୍ମ ପ୍ରଯୋଜକଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ ବିଲଡର ମଧ୍ୟ ଅର୍ଚ୍ଚନାଙ୍କ ବ୍ଲାକମେଲର ଶିକାର ହୋଇଛନ୍ତି।

୨୨୪୧ ପୃଷ୍ଠାର ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସବିଶେଷ ତଥ୍ୟ ରହିଥିବା ଜଣା ପଡିଛି। ପୂର୍ବରୁ ଇଡି ଏହି ମାମଲାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଜେରା କରିଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଇଡି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କୁ ଜେରା କରିବା ପରେ ଚାର୍ଜସିଟ ପ୍ରସ୍ତୁତ କରିଥିଲା ଏବଂ ଆଜି ପ୍ରଥମ ପର୍ଯ୍ୟାୟରେ ଦାଖଲ କରିଛି ପ୍ରବର୍ତନ ନିର୍ଦେଶାଳୟ।

Leave A Reply

Your email address will not be published.