Odisha Link
Bridging the Missing Links in Odisha

ନୟାଗଡ଼ର କେଉଁ ରାଜନେତାଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲା ଅର୍ଚ୍ଚନା ? ଚାର୍ଜସିଟ୍‌ ବଢ଼ାଉଛି ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ବ୍ଲାକ୍‌ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାକୁ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କାରଣ ବିଗତ କିଛି ଦିନ ତଳେ ଅର୍ଚ୍ଚନା ନାଗ ଗଣମାମଧ୍ୟରେ କହିଥିଲେ, ମୁଁ ଯେତେବେଳେ କହିବି, ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ ସଫିସିଏଣ୍ଟ ସମୟ ଦରକାର, ୩୦ ମିନିଟ ଦରକାର ବୋଲି ଅର୍ଚ୍ଚନା ନାଗ କହିଛନ୍ତି।ଏପରିକି ମୁଁ କାହାରିକୁ ଛାଡ଼ିବିନି ବୋଲି ଅର୍ଚ୍ଚନା ଚେତାବନୀ ଦେଇଥିଲେ। ଯାହା ସତ ହେବାକୁ ଯାଉଛି। କାରଣ ଅର୍ଚ୍ଚନା ନାଗ ମାମଲାରେ ଇଡି ଭୁବନେଶ୍ୱରର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ସେଥିରେ ରହିଛି ସାଂଘାତିକ ତଥ୍ୟ। ଏହି ଚାର୍ଜସିଟ ଅନୁସାରେ ସହଯୋଗୀ ଶ୍ରଦ୍ଧାଞ୍ଜଳିକୁ ବ୍ୟବହାର କରି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରୁଥିଲା ଅକ୍ଷୟ ପରିଜାଙ୍କ ସହିତ ଆଉ ଜଣକୁ ମଧ୍ୟ ଅର୍ଚ୍ଚନା ବ୍ଲାକମେଲ୍ କରୁଥିବାର ଉଲ୍ଲେଖ ରହିଛି ଚାର୍ଜସିଟ୍‌ରେ। ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ବ୍ୟକ୍ତି ଜଣକ ନୟାଗଡ଼ର ଜଣେ ରାଜନେତା ବୋଲି ଚାର୍ଜସିଟରେ ଲେଖା ହୋଇଛି। ଏବେ ପ୍ରଶ୍ନ ଉଠୁଛି, କିଏ ସେହି ନୟାଗଡ଼ର ନେତା, ଯାହାକୁ ବ୍ଲାକମେଲ୍ କରୁଥିଲେ ଅର୍ଚ୍ଚନା ନାଗ। ସେହି ନେତା ଜଣକ କିଏ, ଯିଏ କି ଅର୍ଚ୍ଚନାର ନାଗଫାଶରେ ପଡ଼ିଥିଲେ, ବ୍ଲାକମେଲ୍‌ର ଶିକାର ହୋଇଥିଲେ।

ଅନ୍ୟପକ୍ଷରେ ଶ୍ରଦ୍ଧାଞ୍ଜଳିଙ୍କୁ ହୋଇଛି ସମନ। ଆସନ୍ତା ୨୪ ତାରିଖରେ ବ୍ୟକ୍ତିଗତ ହାଜର ହେବା ପାଇଁ ଇଡି ସମନ୍‌ କରିଛି। ସେହି ଦିନ ସମସ୍ତ ଅଭିଯୁକ୍ତଙ୍କ ହାଜିରା ତାରିଖ ଥିବାରୁ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହେବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.