Odisha Link
Bridging the Missing Links in Odisha

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ

ନିରଞ୍ଜନ ପୂଜାରୀ ପୂର୍ବରୁ ଅର୍ଥ ବିଭାଗ ଦାଇତ୍ୱରେ ଥିବାବେଳେ ତାଙ୍କୁ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଦାଇତ୍ୱ ମଧ୍ୟ ମିଳିଥିବା ଜଣା ପଡିଛି।

ଓଏଲ୍ ବ୍ୟୁରୋ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଯାଇଛି। ଗତକାଲି ପୁଲିସ କର୍ମଚାରୀ ଗୋପାଳଙ୍କ ଗୁଳି ମାଡ଼ରେ ଟଳି ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ପରେ ତାଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ମାନଙ୍କ ଅନେକ ସମୟ ଚେଷ୍ଟା ପରେ ବି ଜୀବନ ଯୁଦ୍ଧରେ ହାରିଯାଇଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମିଳିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଦାୟିତ୍ବ। ନିରଞ୍ଜନ ପୂଜାରୀ ପୂର୍ବରୁ ଅର୍ଥ ବିଭାଗ ଦାଇତ୍ୱରେ ଥିବାବେଳେ ତାଙ୍କୁ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଦାଇତ୍ୱ ମଧ୍ୟ ମିଳିଥିବା ଜଣା ପଡିଛି। ରାଜ୍ୟପାଳଙ୍କ ସୁପାରିଶ ପରେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.