Odisha Link
Bridging the Missing Links in Odisha

ଷ୍ଟାର ଦମ୍ପତିଙ୍କ କଳିରେ ପୂର୍ଣ୍ଣଛେଦ

ଏଣିକି ସେମାନେ ଏକାଠି ରହିବେ ବୋଲି ହ୍ୟୁମାନଙ୍କ ମାଆ ମତ ପ୍ରକାଶ କରିଛନ୍ତି

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଥିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ମାମଲା। ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ତାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ନେଇ ଥାନା ଦ୍ୱାରସ୍ତ ହୋଇଥିଲେ। ତେବେ ଏହି ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ଥାନାରେ ପହଁଚିଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ଏବଂ ପତ୍ନୀ ଶ୍ରୀୟା। ହ୍ୟୁମାନ ସାଗରଙ୍କ ମା ମଧ୍ୟ ଥାନାରେ ପହଁଚିଥିବା ଜଣା ପଡିଥିଲା। ତେବେ ଏହି ମାମଲାର ଅନ୍ତ ହୋଇଛି। କିଛି ଦିନ ପରେ ଶ୍ରୀୟା ହ୍ୟୁମାନଙ୍କ ଘରକୁ ଆସିବେ ବୋଲି ଜଣା ପଡିଛି। ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି ବୋଲି କଣ୍ଠଶିଳ୍ପୀ ହ୍ୟୁମାନ କହିଛନ୍ତି। ଏଣିକି ସେମାନେ ଏକାଠି ରହିବେ ବୋଲି ହ୍ୟୁମାନଙ୍କ ମାଆ ମତ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା କହିଥିଲେ ଯେ, ନିର୍ଯାତନା ଅତ୍ୟଧିକ ହେବାରୁ ଥାନାକୁ ଗଲି। ଗତ ୫ ବର୍ଷ ହେଲା ସେ ମେଣ୍ଟାଲି, ଫିଜିକାଲି ଟର୍ଚର ହେଉଥିଲେ। ଝିଅ ଜନ୍ମ ହେବା ପରଠାରୁ ନିୟମିତ ନିର୍ଯାତନା ଦେଉଥିଲେ ଏବଂ ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରୁଥିଲେ ବୋଲି ଶ୍ରୀୟା କହିଥିଲେ। ମୋ ସ୍ବାମୀ ସେଲିବ୍ରିଟି, ମୁଁ ଚାହୁଁଥିଲି ତାଙ୍କ ନାଁ ନପଡୁ କିନ୍ତୁ ନିର୍ଯାତନା ଅତ୍ୟଧିକ ହେବାରୁ ବାଧ୍ୟହୋଇ ଥାନାକୁ ଗଲି ବୋଲି ଶ୍ରୀୟା ମତ ବ୍ୟକ୍ତ କରିଥିଲେ।

ଶ୍ରୀୟାଙ୍କ କହିବା ଅନୁସାରେ, ମଦ ପିଇବାକୁ ନଦେବାରୁ ହ୍ୟୁମାନ ତାଙ୍କୁ ପିଟନ୍ତି। ମଦ ପିଇବା ବଢ଼ିଯିବାରୁ ତାଙ୍କ କାମରେ ପ୍ରଭାବ ପଡୁଥିଲା ଏବଂ ନିଶାସକ୍ତ ଥିଲେ ସେ ସୋ କରିପାରନ୍ତିନି, ରେକର୍ଡିଂ ବନ୍ଦ ରହେ। ସେଥିପାଇଁ ମୁଁ ତାଙ୍କୁ ମଦ ପିଇବାକୁ ମନାକରେ ଏବଂ ମୁଁ ଯେବେ ତାଙ୍କୁ ମଦ ପିଇବାକୁ ବାରଣ କରେ, ସେ ପିଟନ୍ତି ବୋଲି ଶ୍ରୀୟା ମତବ୍ୟକ୍ତ କରିଥିଲେ। ଶ୍ରୀୟାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଥିବାବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ସିନ୍ଦୂର ଲଗାଇବାକୁ ଦିଅନ୍ତିନି ବୋଲି ସେ କହିଥିଲେ। ଠାକୁରଙ୍କ ଭୋଗ ଟିକେ ଖାଇଲେ ପାପ ବୋଲି ତାଙ୍କ ମା ଏବଂ ଘର ଲୋକ କୁହନ୍ତି। ମୋ ବାପା, ମାଙ୍କୁ ଗାଳିଗୁଲଜ କରି ଘରୁ ବାହାର କରିଦେଲେ। ଗତ ୬ ମାସ ହେଲା ମୁଁ ସେଠି ରହୁନଥିଲି। ତାଙ୍କ ମା ଆମ ପରିବାର ନାଁରେ ମିଥ୍ୟା ଆରୋପ ଲଗାଇଲେ। ଥାନାରେ ଦେଖାହେଲେ ମୁଁ ତାଙ୍କ ମାଙ୍କୁ ଏସବୁ କଥା ପଚାରିବି ବୋଲି ଶ୍ରୀୟା କହିଥିଲେ।

ପୂର୍ବରୁ ଏହି ମାମଲାକୁ ନେଇ ହ୍ୟୁମାନ ଏବଂ ତାଙ୍କ ମା ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ। ହ୍ୟୁମାନ କହିଥିଲେ ସେ ଆପୋଷ ବୁଝାମଣା ଚାହାଁନ୍ତି। ହ୍ୟୁମାନଙ୍କ ପରିବାରର ସମସ୍ତେ ଶ୍ରୀୟା ଓ ତାଙ୍କ ପରିବାରକୁ ଭଲ ପାଆନ୍ତି ବୋଲି ହ୍ୟୁମାନ କହିଥିବାବେଳେ ସେ ସବୁ ଧର୍ମକୁ ସମ୍ମାନ କରନ୍ତି ଏବଂ କାହାକୁ ତାଙ୍କ ଧର୍ମକୁ ଆସିବାକୁ ଚାପ ଦେଇନାହାନ୍ତି। ଆମେ ଠିକରେ ଅଛୁ, ସତ୍ୟରେ ଅଛୁ, ବିଶ୍ୱାସ ସବୁ ଠିକ୍ ହୋଇଯିବ ବୋଲି ହ୍ୟୁମାନ ସାଗର କହିଥିଲେ। ଅନ୍ୟପକ୍ଷେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମା କହିଥିଲେ, ବୋହୂକୁ କେବେ ବି ଧର୍ମ ପରିବର୍ତ୍ତନ କରିବାକୁ କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ ବୋଲି ହ୍ୟୁମାନଙ୍କ ମା କହିଥିଲେ। ତେବେ ଏହି ପାରିବାରିକ ମାମଲାର ସମାଧାନ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.