Odisha Link
Bridging the Missing Links in Odisha

‘ହାଇକୋର୍ଟ ସହମତି ସହ କଂପ୍ଲିଟ ପ୍ରୋପୋଜାଲ ଆସିଲେ କେନ୍ଦ୍ର ପଦକ୍ଷେପ ନେବ’

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପାଇଁ ରାଜ୍ୟ ସରକାର ଦାବି କରିଥିଲେ

ଓଏଲ୍‌ ବ୍ୟୁରୋ : ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଥିଲା। ତେବେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରସଙ୍ଗକୁ ନେଇ ସୁରେଶ ପୂଜାରୀଙ୍କ ଶୂନ୍ୟକାଳ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇନ ମନ୍ତ୍ରୀ କିରଣ ରିଜିଜୁ। ସ୍ଥାୟୀ ବେଞ୍ଚ ପ୍ରସ୍ତାବ ଆମ ପାଖରେ ପେଣ୍ଡିଂ ନାହିଁ ବୋଲି ଜଣାଇଛନ୍ତି ଆଇନ ମନ୍ତ୍ରୀ କିରଣ ରିଜିଜୁ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପାଇଁ ରାଜ୍ୟ ସରକାର ଦାବି କରିଥିଲେ। ହାଇକୋର୍ଟ ସହ ଆଲୋଚନା କରି କଂପ୍ଲିଟ ପ୍ରପୋଜାଲ ଦେବାକୁ ମଧ୍ୟ କହିଥିଲୁ। ଏନେଇ ଗତ ଏପ୍ରିଲ ଠାରୁ ଚିଠି କରିଥିଲେ ବି ଏବେ ଯାଏଁ ମଧ୍ୟ କିଛି ରିପ୍ଲାଏ ଆସିନାହିଁ। ସ୍ଥାୟୀ ବେଞ୍ଚ ନେଇ ରାଜ୍ୟ ସରକାର କୌଣସି କଂପ୍ଲିଟ ପ୍ରୋପଜାଲ ଦେଇନାହାନ୍ତି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ କିରଣ ରିଜିଜୁ। ହାଇକୋର୍ଟ ସହମତି ସହ କଂପ୍ଲିଟ ପ୍ରୋପୋଜାଲ ଆସିଲେ କେନ୍ଦ୍ର ପଦକ୍ଷେପ ନେବ ବୋଲି ସେ ମତ ରଖିଛନ୍ତି।

Leave A Reply

Your email address will not be published.