Odisha Link
Bridging the Missing Links in Odisha

‘ନବ ଦାସଙ୍କ ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ହେଉ’

ନବ ଦାସଙ୍କ ହତ୍ୟା ମାମଲା ତଦାରଖ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ।

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି କରିଛି। ନବ ଦାସଙ୍କ ମୃତ୍ୟୁକୁ ୧୦ଦିନ ହୋଇଥିବାବେଳେ ତାଙ୍କ ପୁଅ ଆଜି ଅସ୍ତି ବିସର୍ଜନ କରିଛନ୍ତି। ମୃତ୍ୟୁକୁ ୧୦ଦିନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ନବ ଦାସଙ୍କ ହତ୍ୟା ମାମଲା ତଦାରଖ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ।

ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତିକୁ ଚାଲେଞ୍ଜ କଲେ ପୀତାମ୍ବର ଆଚାର୍ଯ୍ୟ। କ୍ରାଇମବ୍ରାଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନଥିବା ସେ ନିଜେ ପ୍ରମାଣ କଲେ। ତଦନ୍ତ ତଦାରଖ ପାଇଁ ଜଣେ ହାଇକୋର୍ଟ ଜଜଙ୍କୁ ନିଯୁକ୍ତି ପାଇଁ ଚିଠି ଲେଖିଲେ। କିନ୍ତୁ କେଉଁ ଚିଠି ଆଧାରରେ ଜଷ୍ଟିସ ଦାସଙ୍କୁ ନିଯୁକ୍ତ ଦିଆଗଲା ତାହା ଆମକୁ ଦେଖାନ୍ତୁ। ନିଯୁକ୍ତି ସଂପର୍କିତ ସେ ଚିଠି ସର୍ବସାଧାରଣଙ୍କୁ ଦେଖାନ୍ତୁ ସରକାର। କୋର୍ଟ ମନିଟରଡ ତଦନ୍ତ କଥା ସଂପୂର୍ଣ୍ଣ ମିଥ୍ୟା। ସରକାର ହାଇକୋର୍ଟ ମୁଣ୍ଡରେ ନଡିଆ ଭାଙ୍ଗୁଛନ୍ତି ବୋଲି କହିଛନ୍ତି ପିତାମ୍ବର ଆଚାର୍ଯ୍ୟ।

ସେ ଆହୁରି କହିଛନ୍ତି ଜଣେ ମା କହିଛନ୍ତି, ‘ମନ୍ତ୍ରୀ ନବ ଦାସ ମରିଗଲା, ମୁଁ ମଟନ ଭୋଜି ଦେଲି। ଗୋପାଳ ଦାସ ଅଭିଯୁକ୍ତ ନୁହଁ ସେ ମୋ ପାଇଁ ନୀଳ ମାଧବ ଶ୍ରୀକୃଷ୍ଣ। ଭଗବାନ ଶ୍ରୀକୃଷ୍ଣ ଆସି ଗୁଣ୍ଡାକୁ ମାରିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଯେ ନବ ଦାସ ମୃତ୍ୟୁ ଶୁଣିବା ପରେ ମୁଁ ମଟନ, ଲୁଚି, ମିଠା ଓ କୋଲଡ୍ରିକ୍ସ ଖାଇବାକୁ ଦେଇଥିଲି। ମୁଁ କେବେ ଚିକେନ ଏତେ ଖାଏନା, ଯେତେବେଳେ ଜାଣିଲି ନବ ଦାସ ଦେହରେ ଗୁଳି ବାଜିଛି ସେତେବେଳେ ମୁଁ ଗୋଟେ ପ୍ଲେଟରେ ଚିକେନ ଆଣିକି ଖାଇଲି। ନବ ମରିଗଲା ମୁଁ ବହୁତ ଖୁସି’। ଏଭଳି ମନ୍ତବ୍ୟ ରଖିଥିବା ମହିଳାଙ୍କ ବିରୋଧରେ କିଛି ମନ୍ତବ୍ୟ ରଖୁନି ଶାସକଦଳ କିନ୍ତୁ ବିଜେପିକୁ ନିନ୍ଦା କରୁଛି। ନବ ଦାସଙ୍କ ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ହେଉ କହିଲେ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ।

ଅନ୍ୟପକ୍ଷେ, ଏହି ଘଟଣାର ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରୁ ଆସି ଝାରସୁଗୁଡାରେ ପହଞ୍ଚିଲେ ଆଉ ୪ ଜଣିଆ ଟିମ୍। କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ ପାଇଁ ଜଷ୍ଟିସ ଜେପି ଦାସଙ୍କୁ ହାଇକୋର୍ଟ ଦେଇଛନ୍ତି ଦାୟିତ୍ୱ। ତେବେ ଆଜି ଝାରସୁଗୁଡ଼ା ଯିବେ ଜଷ୍ଟିସ ଜେପି ଦାସ ଏବଂ ଡିଜି ସୁନୀଲ ବଂଶଲ।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୧୦ଦିନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ଜଣା ପଡିଛି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭରସା ନ ଥିବା ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବା ସୂଚନା ମିଳିଛି। ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା କରାଯାଇଛି।

Leave A Reply

Your email address will not be published.