Odisha Link
Bridging the Missing Links in Odisha

ସୁଆଣ୍ଡୋ ପ୍ରକଳ୍ପ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ

ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି ହେଉଛି

ଓଏଲ୍‌ ବ୍ୟୁରୋ : ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ରାଜ୍ୟ ସରକାର ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି ‘ସୁଆଣ୍ଡୋ ପ୍ରକଳ୍ପ’। ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି ହେଉଛି। ତେବେ ସୁଆଣ୍ଡୋରେ ଆଜି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ପହଂଚିଥିଲେ।

୫-ଟି ସଚିବ ଭିକେ ପାଣ୍ଡିଆନ୍ ସୁଆଣ୍ଡୋ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଭିକେ ପାଣ୍ଡିଆନଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ଯେଉଁ ଘରେ ଉତ୍କଳମଣି ଜନ୍ମ ଗ୍ରହଣ କରିଥିଲେ, ସେହି ଘରକୁ ମଧ୍ୟ ଦେଖିଥିଲେ ଭିକେ ପାଣ୍ଡିଆନ୍। ତେବେ ସୁଆଣ୍ଡୋ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବା ସହ ସମଗ୍ର ଅଞ୍ଚଳ ବୁଲି ଦେଖିଥିଲେ ୫-ଟି ସଚିବ।

Leave A Reply

Your email address will not be published.