Odisha Link
Bridging the Missing Links in Odisha

ଭୟାବହ ଅଗ୍ନିକାଣ୍ଡ; ୧୦ରୁ ଅଧିକ ଘରେ ଲାଗିଲା ନିଆଁ

ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ୟମ ଜାରି

ଓଏଲ୍‌ ବ୍ୟୁରୋ : ଜଳେଶ୍ବର ବସ୍ତା ଥାନା ଗାନ୍ଧି ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି। ନିଆଁ ଲାଗିବା ଦ୍ୱାରା ଦୋକାନ ସହ ୧୦ରୁ ଅଧିକ ଘର ଜଳିଯାଇଥିବା କୁହାଯାଉଛି। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ଖବର ପାଇବା ପରେ ନିଆଁକୁ ଆୟତ୍ତ କରିବାକୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଦ୍ୟମ ଜାରି କରିଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡରେ କଣ କ୍ଷୟକ୍ଷତି ହୋଇଛି ତାହା ଅସ୍ପଷ୍ଟ।

Leave A Reply

Your email address will not be published.