Odisha Link
Bridging the Missing Links in Odisha

ମହାନଦୀ ଜଳ ବିବାଦ : ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି

କ୍ଷେତ୍ର ପରିଦର୍ଶନ ପରେ ବିଚାର ପ୍ରକ୍ରିୟା, ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ।

ଓଏଲ୍‌ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଛି ମହାନଦୀ ଜଳ ବିବାଦ ମାମଲା। ତେବେ ଏହି ମାମଲାରେ ଶୁଣାଣି ହେବାକୁ ଥିବାବେଳେ ମାର୍ଚ୍ଚ ୧୫ରେ ସପ୍ତାହେ କ୍ଷେତ୍ର ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ। ଟେକ୍ନିକାଲ ଟିମ୍‌ ଏବଂ ଆସେସର ସ୍ଥାନ ନିରୂପଣ କରିବେ। କ୍ଷେତ୍ର ପରିଦର୍ଶନ ପରେ ବିଚାର ପ୍ରକ୍ରିୟା, ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ। ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ପୂର୍ବରୁ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ପାଇଁ ଜାନୁଆରୀ ୧୬ରେ ଆସେସରଙ୍କ ସହ ଟେକ୍ନିକାଲ ଟିମ୍‌ର ବୈଠକ ହୋଇଥିଲା। ମହାନଦୀ ବେସିନର ପରିସୀମା ଦ୍ୱନ୍ଦ୍ୱକୁ ନେଇ ଓଡ଼ିଶା ସହ ଛତିଶଗଡ଼ର ବୈଷୟିକ ଟିମର ବୈଠକ ବୈଠକ ହୋଇଥିଲା। ଶୁଣାଣିରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବା ପାଇଁ ଟ୍ରିବ୍ୟୁନାଲ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।

ମହାନଦୀ ଅବବାହିକା ଅଞ୍ଚଳର ଉପଅବବାହିକାଗୁଡ଼ିକର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ଲାଗି ଓଡ଼ିଶା ଓ ଛତିଶଗଡ଼ର ଅନେକ ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଦୂର ହୋଇଥିଲେ ମଧ୍ୟ ଆଉ କିଛି ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଜାରିରହିଛି। ଓଡ଼ିଶା ଦ୍ବାରା ଛତିଶଗଡ଼କୁ ଗତ ଡିସେମ୍ବର ୨୭ରେ ଯେଉଁ ଡିଜିଟାଲ୍‌ ଏଲିଭେସନ୍‌ ମଡେଲ୍‌ (ଡିଇଏମ୍‌) ଫାଇଲ୍‌ ପଠାଯାଇଥିଲା ତା’ ଉପରେ ଛତିଶଗଡ଼ ବୈଷୟିକ ଟିମ୍‌ ମତାମତ ରଖିନାହିଁ। ଫାଇଲ୍‌ରେ ରହିଥିବା ଅସଂଗତି ଉପରେ ମତାମତ ଦେବା ପାଇଁ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ଆସେସର୍‌ଙ୍କୁ ଅନୁରୋଧ କରାଯାଇଥିଲା। ଉଭୟ ରାଜ୍ୟ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିବା ପାଇଁ ଆସେସରଙ୍କ ଉପସ୍ଥିତିରେ ନିୟମିତ ବୈଠକ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ତେବେ ୨୫ରେ ଏହି ମାମଲାର ପରବର୍ତୀ ଶୁଣାଣି ହେବ।

Leave A Reply

Your email address will not be published.