Odisha Link
Bridging the Missing Links in Odisha

ସେଲ୍ଫି ହେଲା କାଳ ; ଚାଲିଗଲା ଯୁବକଙ୍କ ଜୀବନ

ଯୁବକ ଜଣକ ସେଲଫି ନେବା ସମୟରେ ତାଙ୍କ ଦେହରେ ବିଦ୍ୟୁତ ତାର ଲାଗିଯିବାରୁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି।

ଓଏଲ୍‌ ବ୍ୟୁରୋ : ରାୟଗଡ଼ା ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଟ୍ରେନ୍ ଉପରେ ଚଢ଼ି ସେଲ୍ଫି ନେଉଥିଲେ ଜଣେ ଯୁବକ। ସେଲ୍ଫି ନେବା ସମୟରେ ବିଦ୍ୟୁତ ତାର ଲାଗି ଜଳିଗଲେ ଯୁବକ। ତେବେ ଏହି ଦୁଃଖଦ ଘଟଣା କଲ୍ୟାଣସିଂପୁର ଥାନା ଭାଲୁମୁସକା ଷ୍ଟେସନରେ ଘଟିଛି।

ସୂଚନା ଅନୁସାରେ, ଜଣେ ଯୁବକ ମାଲବାହୀ ଟ୍ରେନ୍ ଉପରେ ଚଢ଼ି ସେଲଫି ନେଉଥିଲେ। ଯୁବକ ଜଣକ ସେଲ୍ଫି ନେବା ସମୟରେ ତାଙ୍କ ଦେହରେ ବିଦ୍ୟୁତ ତାର ଲାଗିଯିବାରୁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିଲେ ଆରପିଏଫ୍‌ କର୍ମୀ।

Leave A Reply

Your email address will not be published.