Odisha Link
Bridging the Missing Links in Odisha

ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍

ସମସ୍ତ ଟ୍ରେନ୍‌ ରହଣି ପାଇଁ ଦାବି କରି ଆନ୍ଦୋଳନ କରୁଛନ୍ତି।

ଓଏଲ୍‌ ବ୍ୟୁରୋ : ସକାଳ ୬ଟାରୁ ସମ୍ବଲପୁର ବାମରା ଷ୍ଟେସନରେ ରେଳରୋକ୍ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳରୋକ ଆନ୍ଦୋଳନକୁ ଓହ୍ଲାଇଛି ବାମରା ରେଳ କ୍ରିୟାନୁଷ୍ଠାନ କମିଟି। ରେଳ ଧାରଣା ଉପରେ ଶତାଧିକ ପୁରୁଷ ଓ ମହିଳା ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ବାମରା ଷ୍ଟେସନରେ ରେଳରୋକ କରିବା ସହ ବାମରା ବନ୍ଦ ପାଳନ କରୁଛନ୍ତି।

ସୂଚନା ଅନୁସାରେ, କରୋନା ସମୟରେ ରେଳ ସେବା ବନ୍ଦ ଥିଲା। ବର୍ତମାନ କରୋନା କଟକଣା ସ୍ୱାଭାବିକ ପରେ ବାମରା ଠାରେ ମାତ୍ର ୩ଟି ଟ୍ରେନ୍ ରହୁଛି। ପୂର୍ବରୁ ଏଠାରେ ରହୁଥିବା ୧୨ଟି ଟ୍ରେନର ରହଣୀକୁ ହଟାଇ ଦିଆଯାଇଛି। ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନଶୁଣିବାରୁ ଏହାର ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ସମସ୍ତ ଟ୍ରେନ୍‌ ରହଣି ପାଇଁ ଦାବି କରି ଆନ୍ଦୋଳନ କରୁଛନ୍ତି।

ରହଣି ବାତିଲ୍ ହୋଇଥିବା ୬ଟି ଟ୍ରେନର ପୁନଃରହଣି, ୪ ଗୋଟି ପୁରୁଣା ଟ୍ରେନ ଓ ୨ ଗୋଟି ନୂତନ ଟ୍ରେନର ରହଣୀ ଦାବି କରାଯାଉଛି। ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିବାରୁ ଘଟଣା ସ୍ଥଳରେ ରେଳ ବିଭାଗ ପକ୍ଷରୁ ଝାରସୁଗୁଡା ଏଆରଏମ, ଚକ୍ରଧରପୁର ଏସିଏମ ଓ ଏଓଏମ ଉପସ୍ଥିତ ଅଛନ୍ତି। ଏହାଛଡ଼ା ୨ ପ୍ଲାଟୁନ ଜିଆରପି, ୨ପ୍ଲାଟୁନ ଆରପିଏଫ ସହିତ ସ୍ଥାନୀୟ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ସମସ୍ତ ଟ୍ରେନ୍‌ ରହଣି ପାଇଁ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

Leave A Reply

Your email address will not be published.