Odisha Link
Bridging the Missing Links in Odisha

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଘଟଣା; ରିମାଣ୍ଡରେ ଗଲା ଅଭିଯୁକ୍ତ

ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ ମଂଜୁର ପ୍ରଦାନ କରିଛନ୍ତି ଏସଡିଜେଏମ କୋର୍ଟ

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ପୁଲିସକୁ ବଡ ସଫଳତା ମିଳିଛି। ଆଇଟିଆରରୁ ତଥ୍ୟ ଲିକ୍‌ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିଥିଲା ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପରେ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା। ତେବେ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ ମଂଜୁର ପ୍ରଦାନ କରିଛନ୍ତି ଏସଡିଜେଏମ କୋର୍ଟ।

ସୂଚନା ଅନୁସାରେ, ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ତଥ୍ୟ ପାକିସ୍ତାନକୁ ଦେଉଥିବାରୁ ଅଭିଯୁକ୍ତ ବାବୁରାମ ଦେ’ ଗିିରଫ ହୋଇଥିବା ସୂଚନା ମିଳିଥିଲା। ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ପ୍ରେସମିଟରେ ଆଇଜି ହିଂମାଶୁ ଲାଲ, ଏସପି ସାଗରିକା ନାଥ ସୂଚନା ଦେଇଥିଲେ।

ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଥିବା ବ୍ୟକ୍ତି ଜଣକ ବରିଷ୍ଠ ଟେକ୍ନିକାଲ ଅଫିସର ହୋଇଥିବା ସୂଚନା ମିଳିଥିଲା। ହନିଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ। ଅଶ୍ଲୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ। ତେବେ ଏହି ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ନେଇ ପୁଲିସର ସନ୍ଦେହ ଘେରରେ ରହିଥିବାବେଳେ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇ ସତ ସାମ୍ନାକୁ ଆଣିବ ପୁଲିସ।

Leave A Reply

Your email address will not be published.