Odisha Link
Bridging the Missing Links in Odisha

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର, ଫାଟିଲା ମୁଣ୍ଡ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ରାଜନୀତିର ଟାଣୁଆ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପ୍ରାୟ ମାସେ ପୁରିଲାଣି। କେବଳ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରିବା ଛଡ଼ା କେଉଁ କାରଣରୁ ସେ ହତ୍ୟା କଲା ତାର ଉତ୍ତର ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ପାଖରେ ମଧ୍ୟ ନାଇଁ। ରାଜ୍ୟରେ ନବ ଦାସ ହତ୍ୟା ମାମଲା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ସମାବେଶ କରାଯାଇଛି।

ବିଧାନସଭା ଘେରାଉ କରିବାକୁ ଯିବା ସମୟରେ ବିଜେପି କର୍ମୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଲୋୟର ପିଏମଜିଠାରେ ମୁହାଁମୁହିଁ ହୋଇଥିଲେ। ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା। ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି।ଅନ୍ୟପଟେ ବିଜେପି କର୍ମୀଙ୍କ ପାଲଟା ଆକ୍ରମଣରେ କିଛି ପୋଲିସ ଅଧିକାରୀ ମଧ୍ୟ ଲହୁ ଲୁହାଣ ହୋଇଛନ୍ତି। କିଛି ସମୟ ପାଇଁ ଲୋୟର ପିଏମଜି ରଣକ୍ଷେତ୍ର ପାଲଟି ଯାଇଥିଲା।

ଅନ୍ୟପଟେ ବିଧାନସଭା ଶୂନ୍ୟକାଳରେ ଶାସକ ଦଳ ସଦସ୍ୟଙ୍କ ହଙ୍ଗାମା, ଗୃହ ୪ଟା ଯାଏଁ ମୁଲତବି ରହିଛି । ପ୍ରଶ୍ନ କାଳ ସରିବା ମାତ୍ରେ ଶୂନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର, ରାଜ୍ୟକୁ ଉପେକ୍ଷା କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଥିଲେ ବିଜେଡି ସଦସ୍ୟ। ଏପରିକି ରାଜଭବନ ଆଗରେ ରାଜ୍ୟକୁ କେନ୍ଦ୍ର ଅବହେଳା କରୁଥିବା ପ୍ରସଙ୍ଗ ଉଠାଇ ଶକ୍ତି ପ୍ରଦର୍ଶନ କରିଛି ବିଜୁ ମହିଳା ଜନତା ଦଳ।

 

Leave A Reply

Your email address will not be published.