Odisha Link
Bridging the Missing Links in Odisha

୩ୟ ଟେଷ୍ଟ: ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ, କେଏଲ୍‌ ରାହୁଲ ଆଉଟ୍

ଓଏଲ୍‌ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଇନ୍ଦୋରରେ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବୋଲିଂ କରିବ। ସେହିପରି ଦୁଇଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଛି ଭାରତ। ଖରାପ ଫର୍ମରେ ଚାଲୁଥିବା କେଏଲ୍‌ ରାହୁଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିବା ବେଳେ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଏକାଦଶରୁ ବାଦ ପଡ଼ିଛନ୍ତି। ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ୍‌ଙ୍କୁ ସୁଯୋଗ ମିଳିଥିବା ବେଳେ ସାମିଙ୍କ ସ୍ଥାନରେ ଉମେଶ ଯାଦବ ଖେଳୁଛନ୍ତି।

ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ରବୀନ୍ଦ୍ର ଜାଦେଜା, କେଏସ୍‌ ଭରତ, ଆର୍‌. ଅଶ୍ବିନ, ଅକ୍ଷର ପଟେଲ, ଉମେଶ ଯାଦବ, ମହମ୍ମଦ ସିରାଜ

ଅଷ୍ଟ୍ରେଲିଆ ଏକାଦଶ: ଷ୍ଟିଭେନ୍‌ ସ୍ମିଥ୍‌ (ଅଧିନାୟକ), ‌ଟ୍ରାଭିସ୍‌ ହେଡ୍‌, ଉସ୍‌ମାନ୍ ଖୱାଜା, ମାର୍ନସ ଲବୁସାନ୍‌, ପିଟର ହ୍ୟାଣ୍ଡସ୍କମ୍ବ, କାମେରୁନ୍‌ ଗ୍ରିନ୍‌, ଆଲେକ୍ସ କ୍ୟାରି, ମିଚେଲ୍‌ ଷ୍ଟାର୍କ, ଟଡ୍‌ ମର୍ଫି, ନାଥନ୍ ଲାୟନ, ମାଥ୍ୟୁ କୁହ୍ନେମାନ

Leave A Reply

Your email address will not be published.