Odisha Link
Bridging the Missing Links in Odisha

ମହିଳାଙ୍କୁ ଧକ୍କା ଦେଲା ଚଳନ୍ତା କାର୍

ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା କାର୍‌କୁ ଗୋଡ଼ାଇ ଗୋଡ଼ାଇ ଅଟକାଇଲେ ଟ୍ରାଫିକ କର୍ମଚାରୀ।

ଓଏଲ୍‌ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଘଟିଥିବା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍କୁଟି ଚାଳକ ମହିଳାଙ୍କୁ ଧକ୍କା ଦେଇ ରବୀନ୍ଦ୍ର ମଣ୍ଡପ ଯାଏଁ ସ୍କୁଟି ଘୋଷାଡ଼ି ନେଲା ଚଳନ୍ତା କାର। ତେବେ ଏହି ଘଟଣା ଘଟିଛି ଭୁବନେଶ୍ବର ଏଜି ଛକରେ।

ସ୍କୁଟି ଚାଳକ ମହିଳାଙ୍କୁ କାର୍ ଧକ୍କା ଦେବା ପରେ ସ୍କୁଟିରୁ ଛିଟକି ପଡ଼ି ମହିଳା ଆହତ ହୋଇଥିବା ଜଣା ପଡିଛି। ଆହତ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଘଟଣାସ୍ଥଳରେ ଦୁର୍ଘଟଣା ଘଟାଇଥିବା କାର୍‌କୁ ଗୋଡ଼ାଇ ଗୋଡ଼ାଇ ଅଟକାଇଲେ ଟ୍ରାଫିକ କର୍ମଚାରୀ।

ଟ୍ରାଫିକ କର୍ମଚାରୀ ଦୁର୍ଘଟଣା ଘଟାଇଥିବା କାର୍‌କୁ ଗୋଡ଼ାଇ ଗୋଡ଼ାଇ ଅଟକାଇବା ପରେ କାର୍ ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ଭୁବନେଶ୍ୱର ଖାରବେଳ ନଗର ପୁଲିସ।

Leave A Reply

Your email address will not be published.