Odisha Link
Bridging the Missing Links in Odisha

କାଲିଠୁ ମାଟ୍ରିକ ପରୀକ୍ଷା

ଏବର୍ଷ ୩,୨୧୮ କେନ୍ଦ୍ରରେ ୫ ଲକ୍ଷ ୪୧ ହଜାର ଶିକ୍ଷାର୍ଥୀ ପରୀକ୍ଷା ଦେବେ

ଓଏଲ୍‌ ବ୍ୟୁରୋ : ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଦଶମ ବୋର୍ଡ ପରୀକ୍ଷା। ପରୀକ୍ଷାକୁ ନଜରରେ ରଖି ପରୀକ୍ଷା ପୂର୍ବର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ। ପ୍ରଥମ ଦିନ ଘଣ୍ଟାଏ ଆଗରୁ ପହଞ୍ଚିବେ ଛାତ୍ରଛାତ୍ରୀ। ଏବର୍ଷ ୩,୨୧୮ କେନ୍ଦ୍ରରେ ୫ ଲକ୍ଷ ୪୧ ହଜାର ଶିକ୍ଷାର୍ଥୀ ପରୀକ୍ଷା ଦେବେ।

ସୂଚନା ଅନୁସାରେ, ଗତକାଲି ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ନଜରରେ ରଖି ବୋର୍ଡ ପକ୍ଷରୁ ସୂଚନା ପ୍ରକାଶ ପାଇଛି।ପ୍ରଶ୍ନପତ୍ର ଲିକ୍‌ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି। ସକାଳ ୬ରୁ ୭ଟା ଭିତରେ ହିଁ ପ୍ରଶ୍ନପତ୍ର ସେଣ୍ଟରରେ ପହଞ୍ଚିବ। ଯେଉଁଦିନ ଯେଉଁ ପରୀକ୍ଷା ସେହିଦିନ ସେହି ପ୍ରଶ୍ନପତ୍ର ସକାଳୁ ଯିବ।

ରାଜ୍ୟର ମୋଟ ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ପୋଲିସ ଏସ୍କର୍ଟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ସୂଚନା ମିଳିଛି। ତେବେ ପରୀକ୍ଷା ବ୍ୟବସ୍ତା କଡାକଡି କରାଯାଇଥିବାବେଳେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ନିୟମ ମଧ୍ୟ ଲାଗୁ କରାଯାଇଛି।

Leave A Reply

Your email address will not be published.